You are currently viewing ମମତା ଭିଜା ପଣତ
ମମତା ଭିଜା ପଣତ

ମମତା ଭିଜା ପଣତ

ଦୁନିଆର ସବୁଠାରୁ କ୍ଷୁଦ୍ର ଅକ୍ଷର ମା’
ବିସ୍ତୃତି ଯାହାର ସିନ୍ଧୁର ପାଣି
ବସ୍ତୁତ୍ୱ ଯାହାର ଧରଣୀଠୁ ଭାରୀ
ଧର୍ଯ୍ୟ ଧରିବାରେ ତା’ ବୁକୁ ସବୁଠୁ ଶକ୍ତିଶାଳୀ
ପତିତପାବନ ବାନାଠୁ ବି ବଡ଼
ତା’ ମମତା ଭିଜା ପଣତ କାନି ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷେ
ସଭିଙ୍କୁ ନ୍ୟାୟ ବାଣ୍ଟିବା ପାଇକା
ଯଥା ଉତ୍ସର୍ଗ ତ୍ରିରଙ୍ଗା ନେତ
ତଥା ସୁନ୍ଦର ଅସୁନ୍ଦର ସନ୍ତାନକୁ ପ୍ରେମ ଦେଇ
ସବୁ କଷ୍ଟରୁ ରକ୍ଷା କରିଚାଲେ
ସେପରା ମା’ର ମମତା ଭିଜା ପଣତ ।

ପ୍ରକୃତିର କୁଆପଥର ବୃଷ୍ଟିରୁ
ରକ୍ଷାକି କରିପାରେ ଛତର
କିନ୍ତୁ ତୋପ ନିଶାଣ ବି ହାର ମାନିଯାଏ ଏଠି,
ସଂସାରର ସବୁ ଝଡ଼ତୋଫାନକୁ, ଗରଳ ଦାଉକୁ
ମହେଶଙ୍କ ପରି ଶୋଷି ନିଏ ସିଏ
ସନ୍ତାନକୁ ଦେବା ପାଇଁ ଅମୃତ
ସେ ପରା ମା’ର ମମତା ଭିଜା ପଣତ ।

ପଉଷ ମାଘର ସଞ୍ଜ ସକାଳେ
କାଲୁଆ ଦାଉରୁ ବର୍ତ୍ତିବା ପାଇଁ
ଦରକାର ନାହିଁ ଚାଦର
ମା’ ପାଖେ ଥିଲେ
ତା’ ପଣତ ତଳେ ଉଷୁମ କୋଳରେ
ଛୁଇଁ ପାଇଁ ନାହିଁ ଶୀତ
ସେ ପରା ମା’ର ମମତା ଭିଜା ପଣତ ।

କାହା ପାଇଁ ତାହା ବୃଦ୍ଧାବସ୍ଥାରେ
ହୋଇପାରେ ଛାର କନା,
ମଳମୂତ୍ର ଭିଜା କପଡ଼ା
କିନ୍ତୁ ମୋ ପାଇଁ ତାହା ବାଲ୍ୟଠୁ ବୃଦ୍ଧ
ସବୁ ସମୟରେ ସରଗର ପାରିଜାତ,
ବଗିଚାର ବାସ୍ନା ଭରା ସୁମନ
କ୍ଷୁଦ୍ର ବି ତା’ଠାରୁ ପତିତପାବନ ନେତ
ଯାହା ପାଇଁ ତାହା ଯାହା ହୋଇଥାଉ ।

କିନ୍ତୁ ମୋ ପାଇଁ ମୋ ମା’ର ମମତା ଭିଜାପଣତ ।

ଚିତ୍ତରଂଜନ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିତ୍ତରଂଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।