You are currently viewing ହୃଦୟରେ କୃଷ୍ଣ
ହୃଦୟରେ କୃଷ୍ଣ

ହୃଦୟରେ କୃଷ୍ଣ

ମନ ମୟୂରୀ ମୋ ନାଚୁଛି ଯେ ଆଜି
କୃଷ୍ଣ ଗୋ ତୁମ ବଂଶୀର ସ୍ୱରେ,
ନାଚୁଥିବ ନାଚୁଥିବ ମୋର ମନ
ତୁମ ଭକ୍ତିଭରା ପ୍ରେମ ଆଳାପରେ । (୧)

ତୁମ ମଥାରେ ସେ ମୟୂର ପୁଚ୍ଛିକା
ଜାତ ପରଶେ ଗଲେ ଦୋହଲି,
ହାଡ଼ ମାଂସର ଏ ଶରୀର ଭିତରେ
ରଚିଯାଅ ତୁମେ ହୋଲି । (୨)

ହୁଅନ୍ତିକି ତୁମ ହାତର ବଇଁଶୀ
ଲାଖିଯିବି ଅଧରରେ,
ରଙ୍ଗେଇ ଦେବି ମୁଁ ମୋ ତନୁ ମନକୁ
ନାଲି ଅଧରର ଗାରେ । (୩)

କଳାରଙ୍ଗ ତୁମ ସାଜୁ ମୋ କଜଳ
ରହିଥିବ ଆଖିଧାରେ,
ନୟନ ଫେଡ଼ିଣ ଦେଖନ୍ତି ତୁମକୁ
ପୂଜିବି ଏଇ ଅନ୍ତରରେ । (୪)

ସାଜନ୍ତିକି ତୁମ ଗଳାର ମାଳା ମୁଁ
ଲୋଟିଯା’ନ୍ତି ଶରଧାରେ,
ମିଶିଯାଆନ୍ତି ମୁଁ ତୁମ ଶରୀରରେ
ତୁମରି କୃପା ଲାଭରେ । (୫)

ଏ ପାପ ଶରୀରେ ଅଭିଳାଷ ଭରେ
ହେବାକୁ ତୁମ ପାଦୁକା,
ତୁମ ପାଦ ତଳେ ଲୋଟି ଚାଲିଯାଉ
ଏ ମୋର ଜୀବନ ବାଟିକା
ଏ ମୋର ଜୀବନ ବାଟିକା ॥ (୬)

ସସ୍ମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ସାହୁ ଜଣେ ଓଡ଼ିଆ ଗାଳ୍ପିକା ତଥା କବୟତ୍ରୀ, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗପ, କବିତା, କ୍ଷୁଦ୍ରଗଳ୍ପ ଆଦି ରଚନା କରନ୍ତି ।