You are currently viewing ବାଜି ରାଉତ

ବାଜି ରାଉତ

କେତେ ବୀର ଶହୀଦଙ୍କ କାହାଣୀ ଅମର,
ରଚି ସ୍ଵର୍ଣ ଇତିହାସ, ବାଜି ବୟସ କୋମଳ ।

ଧରିନି ସେ ବନ୍ଧୁକ କେବେ ଫୁଟାଇନି ବମ୍
ଦେଶହିତେ ତା’ର ବଳିଦାନ, କି କାହାଠାରୁ କମ ।

ଧରି ନାହିଁ ଭାଲା ଖଡ୍ଗ ତା’ ବାଳୁତ ବାହୁ,
ସହସା ସିଂହ ସମ, ସାହସ ଏତେ କାହୁଁ ।

ମସ୍ତକେ ପ୍ରହାର ଧାର ରକ୍ତ-ଜୀବନକୁ ବାଜି
ଗୁଳି ବକ୍ଷ ଭେଦି, ପ୍ରାଣ ଗଲା କାହିଁ ହଜି ।

ପ୍ରଜ୍ୱଳିତ ମୁକ୍ତି-ଦୀପ ଚିତା ତା’ର ଜାଳି
ତା’ ସ୍ମୃତିରେ ଶତ ଶତ, ଅଶ୍ରୁ ଶ୍ରଦ୍ଧାଞ୍ଜଳି ।

ଧନ୍ୟ ଓଡ଼ିଆ ମାଟି ଧନ୍ୟ ତା’ ଜନନୀ
ତା’ ଯଶକୁ ଗାଉ ଥାଉ, ସମଗ୍ର ଅବନୀ ।

ସ୍ୱାଧୀନତା ଆକାଶର କନିଷ୍ଠତମ ତାରା
ସଦା ପ୍ରଜ୍ୱଳିତ ରହୁ, ବହୁ ଆଲୋକର ଧାରା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହୃଷୀକେଶ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।