You are currently viewing ବର୍ଷା ଛିଟା
ବର୍ଷା ଛିଟା

ବର୍ଷା ଛିଟା

ଝରା ଶ୍ରାବଣର ବର୍ଷା ଠାରୁ
ବେଶୀ ମିଠା
ଏଇ ଝିପିଝିପି ବର୍ଷାର ଛିଟା ।
କଥାଠୁ ବେଶୀ ମନଛୁଆଁ
ତମ ହାତ ଲେଖା
ସେଇ ସବୁ ପ୍ରେମ କବିତା ।

ମିଳନ ଠାରୁ
ବେଶୀ ସୁନ୍ଦରତା
ତମ ମୋ ଭିତରର ଦୂରତା ।
ପ୍ରେମ ଠାରୁ
ଢେର ମଧୁରତା
ତମ ସହ ନିବିଡ଼ ବନ୍ଧୁତା ।

ଫୁଲ ଠାରୁ
ବେଶ୍ ମନ ଲୋଭା
ତମ ମୁଖ ମଣ୍ତଳର ଶୋଭା ।
ସେଥିପାଇଁ ତ କହେ
ତମ ରୂପ ସୌନ୍ଦର୍ଯ୍ୟର ଆଗେ
କୋଣାର୍କର ଭାସ୍କର୍ଯ୍ୟ ବି
ଫିକା ଫିକା ଲାଗେ ।

ଏମିତିରେ ସବୁଠାରୁ ବେଶୀ
ମସଗୁଲ୍ ହୁଏ ତମକୁ ନେଇ
ମୋ ମନ ଭିତରେ
ଅହରହ ଆସୁଥିବା
ସେଇ ସବୁ ଅବାଧ କଳ୍ପନା
ଆଉ ପାହାନ୍ତିଆ ପ୍ରହରର
ଗାଢ଼ ନିଦ୍ରାରେ ଦେଖୁଥିବା
ଅବୈଧ ସ୍ୱପ୍ନମାନଙ୍କ ସହିତ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ବେହେରା ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ । ତାଙ୍କ ରଚିତ ବିଭିନ୍ନ ଗଳ୍ପକବିତାଦି ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଉଛି ।