You are currently viewing ମିଛ କାଳିଆ
ମିଛ କାଳିଆ

ମିଛ କାଳିଆ

କହରେ କାଳିଆ, କାହିଁକି ବସିଛୁ,
ମିଛଟାରେ ନୀଳାଚଳରେ ହେ ।
ରଜା, କାଳେ ତୋର ରାଜପଣ ଏବେ
ଛନ୍ଦା ରାଜନୀତି କଳରେ ହେ ।
କହରେ କାଳିଆ…

ଦାରୁ ହୋଇ ବାସିଥିବୁ ଦାରୁ ଦିଅଁ,
ତୋ’ ନାମରେ ଚାଲିଥିବ ବ୍ୟବସାୟ (୨)
ଚାହିଁଥିବୁ ଧନ, ମହାପାତ୍ରେ ସବୁ,
ମାରିନେବେ ବଡ଼ ଛଳରେ ହେ ।
କହରେ କାଳିଆ…

ଭକୁଆ ହୋଇ ତୁ ରହିଥିବୁ ଚାହିଁ,
ତୋ’ ଗଣ୍ଡିକୁ ଦିନେ ଖାଇଯିବ ଉଇ (୨)
ହେ ଭାଗ୍ୟ-ବିଧାତା, ତୋ ଭାଗ୍ୟ ଲେଖିଛି,
ଜନ ଏବେ ଧନ ବଳରେ ହେ ।
କହରେ କାଳିଆ…

ତୋ ନୀଳଚକ୍ରରୁ ଖସୁଅଛି ନେତ,
ଖାଉଛୁ ପୋକରା ଚାଉଳର ଭାତ (୨)
କେତେସରି ହେଲେ, କାଳିଆ ଘୋଡ଼ାରେ ,
ଆସୁନୁ ଏ କଳିକାଳରେ ହେ ।
କହରେ କାଳିଆ…

(ବର୍ତ୍ତମାନ ସମୟରେ ଜଗନ୍ନାଥଙ୍କ ନେଇ ହେଉଥିବା ରାଜନୀତି, ପଇସା ବଳରେ ଦାରୁ ଫିକ୍ସିଂ ଆଦି ଘଟଣାକୁ ଆଧାର କରି ଏ ଭଜନ ରଚିତ ।)

ଡ. ଶ୍ରୀଧର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଶ୍ରୀଧର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।