You are currently viewing ଆଶ୍ରା ଟିକେ ଦେବ କି?
ଆଶ୍ରା ଟିକେ ଦେବ କି

ଆଶ୍ରା ଟିକେ ଦେବ କି?

ଆହେ ଦୀନବନ୍ଧୁ, ପ୍ରଭୁ କୃପା କରିବ କି ହେ
ଭବତରଙ୍ଗିଣୀ-ସ୍ରୋତେ, ଡାକୁଛି ମୁଁ କଣ୍ଠାଗ୍ରତେ
କୃପା-ନାବ ପଠାଇ, ମୋତେ ତାରିବ କି ହେ…?
ବିଷୟା-ଜଞ୍ଜାଳ-ଜାଲ ଛନ୍ଦିଲେ ମତେ ପ୍ରବଳ
ତବ କୃପା-କୃପାଣରେ ତାକୁ କାଟିବ କି ହେ…?
ଦିବସ ଅବା ରଜନୀ, ଶୟନେ ସପନେ ପୁଣି
ମୋର ନେତ୍ର ପଥେ ତୁମ ରୂପ ନାଚିବ କି ହେ…?
ଦୂରୁହ ସଂସାରୁ ମୋତେ ପାରିକର ଜଗନ୍ନାଥେ
ପାଦ ଖସିଗଲେ ତୁମେ ହାତେ ଧରିନେବ କି…?
ମୁଁ ପତିତ ଶିରୋମଣି, ପତିତପାବନ ଜାଣି
ନିବେଦଇ ମୋର ପାପ-ରାଶି କାଟିବ କି ହେ…?
ମୁଁ ଅନାଥ ନାଥ ତୁମେ ମୁଁ ସେବକ ପ୍ରଭୁ ତୁମେ
ତୁମ୍ଭ ଶ୍ରୀ ଚରଣ ତଳେ ଆଶ୍ରା ଟିକେ ଦେବ କି…?

ଅଶୋକ କୁମାର ପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ କୁମାର ପାଠୀ ମୁଖ୍ୟତଃ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଭଜନ ଓ କବିତା ଆଦି ରଚନା କରିଥାନ୍ତି ।