You are currently viewing ଜଣାଣ
ଜଣାଣ

ଜଣାଣ

ଜୀବନ ଯାତ୍ରାରେ ସୁଖକୁ ଦେଇଛ
ଦୁଃଖ ତ ପୁଣି ଦେଇଛ,
ସୁଖ ଦୁଃଖ ସବୁ ଫେଣ୍ଟା ଫେଣ୍ଟି କଲେ
କେବଳ ତୁମେ ଥାଉଛ ।
ସୁଖକୁ ନିଜର କଲାବେଳେ ମୁହିଁ
ତୁମ ନାମ ଭୁଲିଗଲି,
ଦୁଃଖକୁ ନିଜର କରିପାରିଲିନି
ତୁମ ନାମକୁ ଜପିଲି ।
ହେ କରୁଣାମୟ ମୋର ସ୍ଵାର୍ଥ ପଣେ
କରିଦିଅ ଅଣଦେଖା,
ଅମୃତ ସନ୍ତାନ ପଣେ ତୋଳିନିଅ
ଏତିକି ମୋ ଦୀନ ଭିକ୍ଷା ।
ଦେଲ ଧନ ଜନ ମାନ ସନମାନ
ସବୁକିଛି ଦେଲ ପ୍ରଭୁ
ତୁମ ସର୍ଜନାର ବିଚିତ୍ର ବିଧାନେ
ଏ ଗୁଣ୍ଡୁଚି ସେବା ଲାଗୁ ॥

ଅଶୋକ କୁମାର ପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ କୁମାର ପାଠୀ ମୁଖ୍ୟତଃ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଭଜନ ଓ କବିତା ଆଦି ରଚନା କରିଥାନ୍ତି ।