You are currently viewing ନାରୀ ସଶକ୍ତିକରଣ
Odia Poem on Women Empowerment (ନାରୀ ସଶକ୍ତିକରଣ)

ନାରୀ ସଶକ୍ତିକରଣ

ଏକବିଂଶ ଶତାବ୍ଦୀରେ କରୁଛି ବିଳାପ
ହିସାବ କରୁଛି ସେ ପୁଣ୍ୟ ଓ ପାପ
ବୋହୁଛି ଲୁହ ତା’ର ଅଜସ୍ର, ଅମାପ ।

ମନ ହୋଇଛି କ୍ଷତାକ୍ତ
ଦେହରୁ ବହୁଛି ରକ୍ତ
ସତେ କ’ଣ ନାରୀ ସଶକ୍ତ ।

ଆଜି ବି ସେ ଖୋଜେ ପୁରୁଷର ସାହାରା
ଏକା ଏକା ସତେ ଅବା ସେ ବେସାହାରା
ପାଏନି ସେ କୂଳ କି କିନାରା ।

ଚନ୍ଦ୍ର ପୃଷ୍ଠରେ ପାଦ ଥାପିଛି
ଲଢ଼ୁଆ ବିମାନେ ଦକ୍ଷତା ପ୍ରତିପାଦିତ କରିଛି
ବୃନ୍ତର ଦୁଇ ପାଖୁଡ଼ା ସମ ପ୍ରସ୍ଫୁଟିତ ହେବାକୁ ଚେଷ୍ଟା କରିଛି ।

ଯୌତୁକ ଜୁଇରେ ଜଳିଛି
ହତ୍ୟା, ଧର୍ଷଣର ଶୀକାର ହୋଇଛି
ସତେ କ’ଣ ନାରୀ ସଶକ୍ତ ହୋଇଛି !!!!

– ଶର୍ମିଷ୍ଠା ମଲ୍ଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶର୍ମିଷ୍ଠା ମଲ୍ଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।