You are currently viewing ନବରାତ୍ରୀ
ନବରାତ୍ରୀ

ନବରାତ୍ରୀ

ନିଜ ଭଉଣୀର ଭାଇଟିଏ ହୋଇ
ସାଜ ତା’ ରକ୍ଷା କବଚ,
ପର ଝିଅ ପାଇଁ କାହିଁକି କେଜାଣି
ସାଜୁଛ ଯୌନ ପିଶାଚ?

ନିରୀହ ଜୀବନ ସହ ଖେଳି କୁହ
କି ଅବା ପାଉଛ ଖୁସି,
ବିନା କାରଣରେ ଝିଅ ଆଖିବୁଜେ
ବେକେ ଲାଗେଇକି ରସି ।

କ୍ୟାଣ୍ଡେଲ ଜଳାଇ ଷ୍ଟାଟସ ଦବାଟା
ଆମ ଜନତାଙ୍କ କାମ,
ଦୁଇ ତିନି ମାସ ଗଡ଼ିଗଲା ପରେ
ଭୁଲିଯାଉ ତା’ର ନାମ ।

ସଭିଙ୍କ ମନରେ ପ୍ରତିବାଦ ସ୍ୱର
ଭର ମା’ଗୋ ଜଗଦ୍ଧାତ୍ରୀ,
ପାପ ନାଶ କରି ପୂର୍ଣ୍ଣ କର ମାତା
ଏ ବର୍ଷର ନବରାତ୍ରୀ ।

– ପ୍ରିୟବ୍ରତ କର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରିୟବ୍ରତ କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।