You are currently viewing ନିବେଦନ
ନିବେଦନ

ନିବେଦନ

ଭିକାରି ଗୋଟିଏ କର ମତେ ପ୍ରଭୁ
ଥିବି ତୁମ ବଡ଼ଦାଣ୍ଡେ ।
ବଡ଼ଦାଣ୍ଡେ ଯେତେ ଆସିବେ ଭକତେ
ସେ ରେଣୁ (ପଦ ରେଣୁ) ଥାଉ ମୋ ମୁଣ୍ଡେ ॥

ମାଳିଟିଏ ପ୍ରଭୁ କରିଦିଅ ମତେ
ତୁମ ବଗିଚାରେ ଥିବି ।
ତୁଳସୀ, ଦୟଣା ମାଳତି, ମଲ୍ଲିକା
ମରୁଆ ତୋଳି ଆଣିବି ॥

କୁମ୍ଭକାରଟିଏ କରିଦିଅ ମତେ
ତୁମ୍ଭ ସେବାରେ ଲାଗିବି ।
ଶ୍ରୀ ମହାପ୍ରସାଦ ରନ୍ଧନ ପାଇଁକି
କୁଡ଼ୁଆ ଯୋଗଉଥିବି ॥

ଶିଆଳି ଗଛଟେ କରିଦିଅ ମତେ
ହେବି ମୁଁ ଶେଷ ଆଶ୍ରୟ ।
ତୋ ରଥ ଦଉଡ଼ି ସାଜି ଟାଣି ନେବି
ତିନି ରଥଙ୍କୁ ନିଶ୍ଚୟ ॥

ଏତିକି ମିନତି ଆହେ ଶିରିପତି
ସୁଦୟା କରିବା ହେଉ ।
ତବ କ୍ଷେତ୍ରେ ଥାଇ ତବ ନାମ ଗାଇ
ଏ ଜୀବନ ବିତି ଯାଉ ॥

ଅଶୋକ କୁମାର ପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ କୁମାର ପାଠୀ ମୁଖ୍ୟତଃ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଭଜନ ଓ କବିତା ଆଦି ରଚନା କରିଥାନ୍ତି ।