You are currently viewing ପଖାଳ ଦିବସ
ପଖାଳ ଦିବସ

ପଖାଳ ଦିବସ

ଦେଖୁ ଦେଖୁ ହେଲା ଆସି କୋଡ଼ିଏ,
ପେଟରେ ଦବା ପଖାଳ ମୁଠିଏ ।
ଘରମଣି ଅଡ଼ି ବସିଅଛନ୍ତି,
ପଖାଳ ପାଇଁ ସବୁ ଯୋଗାଡ଼ୁଛନ୍ତି ।
ଅଧା ମାସ ବୋଲି ପକେଟ ଖାଲି,
ପଖାଳ ପାଇଁ ସବୁ ଗଲିଣି ଭୁଲି ।
ସକାଳୁ ବଜାର ଯିବାକୁ ହବ,
ପଖାଳ ଯୋଗାଡ଼ ଉଣା ନ ହବ ।
କଳମ କୋଶଳା ଶାଗ ଆସିବ,
ପଖାଳ ସାଙ୍ଗକୁ ଭଲ ଜମିବ ।
ବାଇଗଣ ଆଳୁ ଟମାଟୋ ପୋଡ଼ା,
ପଖାଳ ସାଙ୍ଗରେ ସଗର୍ବେ ଛିଡ଼ା ।
ଛୁଇଁ-ଆଳୁ ଭଜା ଆମ୍ବୁଲ ରାଇ,
ପଖାଳ ସାଙ୍ଗରେ କ‌ହ କି ବାଇ ।
ବଡ଼ିଚୁରା ଆଉ କଷି କାକୁଡ଼ି,
ପଖାଳ କଂସା ସାଥିରେ ବାଢ଼ି ।
ଆସ ଆସ ସରବେ ନ କର ଡେରି,
ପଖାଳ ଡାକୁଛି ଆମକୁ ହାତଠାରି ।

ଅଖିଳ ନାରାୟଣ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱର୍ଗତ ଅଖିଳ ନାରାୟଣ ଦାସ ନିଶାରେ ଜଣେ ଭ୍ରମଣକାରୀ ଥିଲେ । ସେ ଭ୍ରମଣ କାହାଣୀ ରଚନା କରିବା ସହିତ ଅନେକ ମଜାଳିଆ ଗପ କବିତା ଆଦି ରଚନା କରିଥିଲେ । ଯେତେବେଳେ ଇଣ୍ଟରନେଟରେ ଓଡ଼ିଆ ଭାଷାର ସ୍ଥାନ ନଗଣ୍ୟ ଥିଲା, ସେତେବେଳେ ସେ ଓଡ଼ିଆରେ ଗପ ଓ କବିତା ଆଦି ତାଙ୍କ ବ୍ଲଗ୍‌ରେ ସେୟାର୍ କରୁଥିଲେ ଏବଂ ଟୁଇଟର୍‌ରେ ଖିଲିଖିଲିଆ ତଥା ନାକଟା ଚିତ୍ରକର ଭାବରେ ସେ ବେଶ୍ ଜଣାଶୁଣା ଥିଲେ ।