You are currently viewing ପ୍ରେମାନ୍ତରେ
ପ୍ରେମାନ୍ତରେ

ପ୍ରେମାନ୍ତରେ

ମୋ ଭାଗର ଖୁସି ତୋର, ତୋ’ ଭାଗରେ ନାହିଁ ଦାବି
ଜନ୍ମ ଜନ୍ମାନ୍ତର ପାଇଁ, ତତେ ମୋର ସାଥି ଭାବି
ମୁଁ ବଞ୍ଚି ଯାଇପାରେ ।
ତୁ ଯଦି ଆଉ କାହାର, କିଛି ନାହିଁ ମୋ କହିବାର
ଭାଗ୍ୟେ ଯଦି ଲେଖା ମୋର, ତୋ ବିରହ ସହିବାର
ମୁଁ ଘୁଞ୍ଚି ଯାଇପାରେ ॥

ହେଲେ ରାଣ ଦେ’ନି, ତତେ ଛୁଇଁ ମିଛ ପାରିବିନି କହି
ଭୁଲି ଯିବା ତତେ, ହେବ ନାହିଁ କେବେ ମୋ ଦେଇ
ମୁଁ ଠକି ଦେଇପାରେ ।
ଭୁଲି ଯିବାର ତତେ, କରି ଦେଇ ସଠିକ ଅଭିନୟ
ହେଲେ ନିରୀହ ହୃଦୟ ଢାଳି ଦିଏ ଯଦି ଲୂହ
ମୁଁ ଠକି ଯାଇପାରେ ॥

ଆଉ ସେତେବେଳେ ମୁଁ ତତେ ହି ଖୋଜିବି, ତୁ ନଥିବୁ
ତୋ ସ୍ମୃତି, ତୋ ବାସ୍ନା, ତୋ ଭାବନା ତ ଥିବେ, ତୁ ନଥିବୁ
ମୁଁ ଡରି ଯାଇପାରେ ।
ପ୍ରେମାନ୍ତରେ ଜୀବନରେ ଆଉ କିଛି ରହେ ନାହିଁ, ସବୁ ନୀରବ
ରହେ ଖାଲି ଗୋଟେ ପ୍ରଶ୍ନ, ଏ ଶୂନ୍ୟତା କେବେ ସରିବ
ମୁଁ ମରି ଯାଇପାରେ ॥

ମାନସ ରଞ୍ଜନ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।