You are currently viewing ଅପୂର୍ଣ୍ଣରେ ପୂର୍ଣ୍ଣ
ଅପୂର୍ଣ୍ଣରେ ପୂର୍ଣ୍ଣ

ଅପୂର୍ଣ୍ଣରେ ପୂର୍ଣ୍ଣ

ପଳାସ ଫୁଲକୁ ସୁନ୍ଦରତା ଦେଲା
ବାସ ଟିକେ ଦେଲା ନାହିଁ
କିଆ କେତକୀର ବାସ ଚହଟିଲା
କଣ୍ଟା ତ’ ଦେହରେ ଛାଇ ।

କୋକିଳ କଣ୍ଠରେ ସୁମଧୁର ସ୍ୱର
ରୂପ ଟିକେ ଦେଲା ନାହିଁ
ମୟୂର ରୂପରେ ରୂପସୀ ହୋଇଲା
ମନ ବୋଲି କିଛି ନାହିଁ ।
ମଣିଷ ଜ୍ଞାନରେ ଜଗତ ଜିଣିଲା
ସନ୍ତୋଷ ମିଳିଲା ନାହିଁ ।
ସାଧୁ ତପ କରି ସନ୍ତୋଷ ଲଭିଲା
ସଂସାର ମିଳିଲା ନାହିଁ ।

ଯେମିତି ବି ଅଛ ଯାହା ବି ମିଳିଛି
ଦୁଃଖ ଶୋକ କର ନାହିଁ ।
ବିଭୁଙ୍କ ସୃଷ୍ଟିରେ ସବୁଜେ ଅପୂର୍ଣ୍ଣ
ପୂର୍ଣ୍ଣ ଏକା ଭାବଗ୍ରାହୀ ।

ସାଗର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାଗର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ବିଭିନ୍ନ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ଏବଂ ଦର୍ଶକମାନଙ୍କର ମନଛୁଆଁ ହୋଇଛି ।