You are currently viewing ବନମାଳୀ
ବନମାଳୀ

ବନମାଳୀ

ବାଇଶି ପାହାଚେ
ବଂଶୀ ବଜାଉଛ
ବିବସ ହେଲାଣି ମନ…

ବିଘ୍ନକୁ ତୁଟାଇ
ବିରୋଧ ଏଡ଼ାଇ
ବିଲାତୁ ଫେରୁଚି ଧନ…

ବହୁଦିନୁ ସିଏ
ବରାଦ କରିଛି
ବନ୍ଧୁଜନ ସାଥେ ମିଶି…

ବିବୁଧଙ୍କୁ ଭେଟି
ବିବରଣୀ ଦେବ
ବାଳୁତ କାଳରୁ ବସି…

ବେଳାଭୂମି ଯାଇ
ବୁଡ଼ ପକାଇବ
ବିସ୍ତୀର୍ଣ୍ଣ ସାଗରେ ଡୁବି…

ବାନ୍ଧି ରଖିଥିବ
ବନ୍ଧନେ ତୁମର
ବନାଇବ ଶ୍ରେଷ୍ଠ ଛବି….

ସୌମ୍ୟରଞ୍ଜନ ପାଲ୍

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌମ୍ୟରଞ୍ଜନ ପାଲ୍ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା, ପ୍ରବନ୍ଧ, ବ୍ୟଙ୍ଗ କଥା ଆଦି ରଚନା କରନ୍ତି । ସେ ବିଭିନ୍ନ ମଞ୍ଚରେ କବିତା ପରିବେଷଣ କରି ପୁରସ୍କୃତ ହେବା ସହ ଅନେକ ସମୟରେ କିଛି ଲୋକଙ୍କର ନକଲ ମଧ୍ୟ କରିଥାନ୍ତି ।