ଅବଳା
ଅବଳା

ଅବଳା

ଜନ୍ମିଛ ଯଦି ନାରୀଟିଏ ହୋଇ
ହୁଅନି ଚାନ୍ଦିନୀ ପରି
ଶୀତଳ ଛାୟାର ଆଶ୍ରୟ ଉହାଡ଼େ
ପବିତ୍ରତା ହେବ ଚୋରି ॥

ସ୍ଵର୍ଯ୍ୟ ପରି ହୁଅ ତେଜିଆନ ତୁମେ
ସଂସାରକୁ କର ଆଲୋକିତ
ଜାଳିଦିଅ ତୁମ ପ୍ରଚଣ୍ଡ ରୌଦ୍ରରେ
ଉଠୁ ପଛେ ଯେତେ ପାପିହାତ ॥

ଭାବନି ନିଜକୁ ଅବଳା ଦୁର୍ବଳା
ଖୋଜନି ସହା ତୁ ପୁରୁଷ ବହୁର ଛାୟାତଳ
ଜାଗ୍ରତ କର ପଞ୍ଚ ମହଭୂତ
କେବେ ପରିସ୍ଥିତି ହେଲେ ପ୍ରତିକୂଳ ॥

ସାଧନାରେ ତୁମେ ବନ୍ଦନାରେ ତୁମେ
ତୁମରି ଅମୃତେ ଜୀବନକୁ ମିଳେ ଆକାର
ଅସ୍ତ୍ରରେ ତୁମେ ଶାସ୍ତ୍ରରେ ତୁମେ
ତୁମ ଅଶ୍ରୁରେ ଧରା ହୋଇବ ହାହାକାର ॥

କାଟନାହିଁ ଦିନ ହୋଇ ତୁ ମୋଉନ
ଦିଅନାହିଁ କେବେ ସ୍ୱାର୍ଥର ତୁମ ଆହୁତି
ଖୋଲି ଦିଅ ତୁମ ମନର ବେଦନା
ନକରି ବାହାନା ବିରତି ॥

କେତେ ରୂପନେଇ ଆସିଛୁ ବିଶ୍ୱେ
ସର୍ବେ ପୁଜ୍ଜିତ ଜଗତେ
ତଥାପି ମଣିଷ କାହିଁକି ଲଗାଏ
ଦାଗ ତୋ ଶୁଭ୍ର ପଣତେ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu