You are currently viewing ତୁମେ
ତୁମେ

ତୁମେ

ତୁମେ ନୀଳାଭ ଚନ୍ଦ୍ରମା, ମୁଁ ମହୀତଳ ଧୂଳି
ତୁମେ ସର୍ବପୁଜ୍ୟ ଦେବ, ମୁଁ ନିବେଦିତ ଶେଫାଳି ॥

ତୁମେ ଅନନ୍ତ ସାଗର, ମୁଁ ତଟର ଭଙ୍ଗୁର ବାଲିଘର
ତୁମେ ସମୟହୀନ ନିନାଦ, ମୁଁ ଅସମ୍ପୂର୍ଣ୍ଣ ରାଗ ॥

ତୁମେ ବିଶ୍ଵରୂପ କାୟା, ମୁଁ ମନୁଷ୍ୟରୂପୀ ଛାୟା
ତୁମେ ବିଦ୍ୟାରୂପୀ ଜ୍ଞାନ, ମୁଁ ଅଜ୍ଞାନ ଅନ୍ଧାର ଅମା ॥

ତୁମେ ସର୍ବମୋକ୍ଷର ପୂଜା, ମୁଁ ତୁମ ଅକିଞ୍ଚନ ପୂଜାରୀ
ତୁମେ ଅମରତ୍ୱର ଅମୃତ, ମୁଁ ତୁମ ତୃଷାତୁରା ପ୍ରେୟସୀ ॥

ତୁମେ ସଙ୍ଗୀତର ମୂର୍ଚ୍ଛନା, ମୁଁ ଶବ୍ଦହୀନ ଆଳାପ
ତୁମେ ସନ୍ୟାସୀର ଓଁକାର, ମୁଁ ପାଗଳର ପ୍ରଳାପ ॥

ତୁମେ ଦେବତାର କାମ୍ୟ, ମୁଁ ଧୈର୍ଯ୍ୟ ରାକ୍ଷସର
ତୁମେ ଶିଳ୍ପୀର ସମ୍ପୂର୍ଣ୍ଣତା, ମୁଁ ପ୍ରକୃତିର ପଥର ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମ୍ବିତ କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।