You are currently viewing ଭଙ୍ଗା ହୃଦୟ
ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

ମୁଁ ତ ମରିଥିଲେ ଥରେ ଜଳିଥାନ୍ତି
ଗାଁ ଶେଷେ ମଶାଣିରେ,
ପ୍ରତି ମୁହୂର୍ତ୍ତରେ ଜଳି ମୁଁ ଯାଉଛି
ତୁମେ ଗଲା ପରେ ପରେ ।

ଜଳୁଛି ଏ ଦେହ ଝରୁଛି ଏ ଲୁହ
ଛାତିରୁ କମେନି କୋହ,
ତୁମେ ଗଲା ପରେ ଦିନ ରାତି ବସି
ଗଡ଼ାଉଛି ଖାଲି ଲୁହ ।

ଦୂରେ ଚାଲିଯାଇ କି ଲାଭ ପାଇଲ
ଭାଙ୍ଗି ଦେଇ ଏ ହୃଦୟ,
ଏବେ ବି ଚାହିଁଛି ଫେରି ଆସ ଥରେ
ହୃଦୟେ ଦେବି ଆଶ୍ରୟ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଦର୍ଶନ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।