ଶୂନ୍ୟ ଆକାଶ
ଶୂନ୍ୟ ଆକାଶ

ଶୂନ୍ୟ ଆକାଶ

ପଛରେ ଛାଡ଼ି ଆସିଥିବା ଅତୀତର ସ୍ମୃତି,
କେବେ ହୁଏନା ତା’ର ଇତି,
ବୟସର ପରିପକ୍ଵତାରେ ବଳିଷ୍ଠ ହେଉଥାଏ,
ଯେତେଦିନ ଯାଉଥିବ ବିତି ।

ସ୍ମରଣର ସଞ୍ଜିବନୀ ମନର ମୃଦୁ ଜଳେ କଲେ ଛିଞ୍ଚନ,
ଜୀବନ୍ୟାସ ପାଇ ଚେଇଁ ଉଠେ
ଆଖି ସାମ୍ନାରେ ପରଦାର ଛବିପରି ନାଚିଯାଏ
ତା’ର କାମନୀୟ ରୂପ ଲାବଣ୍ୟ, କୋମଳ ହୃଦୟକୁ କରି ଆଚ୍ଛନ୍ନ ।

ଆଶାର ମୃଗୁଣୀକୁ ଧରି ପାରିବା ପ୍ରାରବ୍ଧର ଏକ ସଂଯୋଗ,
ହାତ ଛଡ଼ା ହୋଇ ନିଜ ନଜରରୁ ହେଲେ ଅନ୍ତର
ଲକ୍ଷ୍ମଣର ତିନି ରେଖା କଲେ ବି ଅତିକ୍ରମ
ସଫଳତାର ଶୀର୍ଷରେ ପହଞ୍ଚିବା ହୁଏ ବିଡ଼ମ୍ବନା,
ଅପକର୍ମର ସେହି ତ ଦୁର୍ଭାଗ୍ୟ ।

ସତୀ ସୀତାମାତାଙ୍କ ଅପହରଣ
ସ୍ୱର୍ଣ୍ଣଲଙ୍କା ଧ୍ୱସଂ ସଙ୍ଗେ ଇନ୍ଦ୍ରଜିତ କୁମ୍ଭକର୍ଣ୍ଣ ରାବଣର ନିଧନ,
ପ୍ରାଚୁର୍ଯ୍ୟ ପ୍ରତିପତ୍ତି ପାଉଁଶ ପାଲଟି ଛାରଖାର ସବୁହୁଏ ଅକାରଣ ।

ଭୂମିରୁ ଭୂମା ବ୍ୟବଧାନ ଅସୀମ ପ୍ରାପ୍ତିର ଅପରିମେୟ ବଳୟ,
ଭବିଷ୍ୟତ ଏକ ଶୂନ୍ୟ ଆକାଶ
ସୂର୍ଯ୍ୟ ଚନ୍ଦ୍ର ତାରାର ଅନ୍ଧାର ଆଲୋକ ବ‌ହୁ ସମ୍ଭାବନାର ପୂର୍ଣ୍ଣତା
ଆଣିବାକୁ ନେଇ ଆସେ ଫଗୁଣର ମୃଦୁ ମଳୟ ।

ପରଶରେ ସରସକୁ କରି ନିରସ ପଟ୍ଟ ବଦଳାଇ ଦିଏ ବର୍ଷା ବୈଶାଖ,
ଶୀତର ସହନଶୀଳତା ସଂଯମର ପ୍ରବୃତ୍ତିକୁ ରଖେ ସଦା ଜାଗ୍ରତ
ଦୁଃଖକୁ ଲାଘବ କରି ଦିଏ ପରମ ସୁଖ ।

ସୁଖ ଦୁଃଖର ମିଶ୍ରିତ ଜୀବନ ଆତ୍ମ ସାଧାନାର ଶକ୍ତି ଯୋଗେ
ମହନୀୟତାର ହୁଏ ବିକାଶ,
ଆନନ୍ଦ ବିଷାଦରେ ଚିରକାଳ ତାହା
ପ୍ରତିଫଳନ କରୁଥାଏ ଶୂନ୍ୟ ଆକାଶ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu