You are currently viewing ମୋ ପ୍ରିୟା ଭାରି ଚଗଲି
ମୋ ପ୍ରିୟା ଭାରି ଚଗଲି

ମୋ ପ୍ରିୟା ଭାରି ଚଗଲି

ପ୍ରିୟା ମୋର ସତେ ଭାରି ଚଗଲି,
ନାଆଁଟା ତାହାର ମଲ୍ଲୀ ।
କଥାରେ କଥାରେ ରୁସି ଯାଏ ସିଏ
ହୁଏ ସବୁ ବେଳେ ଗାଳି ॥

ତା’ର ହରୀଣୀ ଆଖିର ଚାହାଣୀ,
ରାଣୀ ପରିକା ଚାଲି ।
ଗୋଲାପି ଓଠର ସେ ମୁରୁକି ହସି
ହେଉ ଥାଏ ମୁ ଭାଳି ॥

ଦିନରେ ରାତିରେ ସପନେ ଆସୁଛି,
ଶୋଇ ଦେଉ ନାହିଁ ମତେ ।
ପ୍ରେମ ନିଶା ତା’ର ବାଉଳା କଲା,
ଏକା ରହିପାରୁନି ମୁଁ ସତେ ॥

କୁଆଁରି ମନ୍ତର କଲାକି ସେ ସଜନୀ,
କଲା ମତେ ପ୍ରେମେ ବଶ ।
ମୋ’ଠୁ ଯଦି ସେ ଦୂରେଇ ଯିବ
କରି ଦେବି ସର୍ବନାଶ ॥

ପହିଲି ଦେଖାରେ ମନ ମୋହିନେଲା,
ଦେଇକି ପ୍ରେମ ମହୁଲୀ ।
କଥା ଦଉଛି ତୁମକୁ ପ୍ରିୟା ଗୋ
କରିବି ମୋର ଘରବାଲି ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...