You are currently viewing କଳାବତୀ କାବ୍ୟାଞ୍ଜଳି
Odia Poem Kalabati Kabyanjali (କଳାବତୀ କାବ୍ୟାଞ୍ଜଳି) by Rajshekhar Chima on Shubhapallaba Magazine

କଳାବତୀ କାବ୍ୟାଞ୍ଜଳି

ନିକଟସ୍ଥ ତାଙ୍କୁ ଅନୁଭବ କରନ୍ତି ପ୍ରତି କବି,
ସ୍ମରଣମାତ୍ରେ ପ୍ରକଟ ହୋଇ କଳାବତୀ କାବ୍ୟାଞ୍ଜଳି ଆଙ୍କନ୍ତି ଚିରସ୍ଥାୟୀ ଛବି ।
ଓଡ଼ିଆ ଭାଷାରେ କୁହନ୍ତି ସୁମଧୁର ସୁବଚନ,
ଅତିପ୍ରିୟ ତାଙ୍କୁ କାନ୍ତିପ୍ରଦ କଳାକାଞ୍ଚନ ।

କରନ୍ତି ନବରସ ଭାବର ବୋଧନ,
ସମସ୍ତ ଅଭିଜ୍ଞ ପ୍ରଜ୍ଞର ସଜ୍ଞ କରନ୍ତି ତାଙ୍କର ସମ୍ବୋଧନ ।
ଶବ୍ଦ ଶବ୍ଦକୁ ଦିଅନ୍ତି ନିର୍ଦ୍ଦିଷ୍ଟ ସ୍ଥାନ,
ମନୋଭାବାନାକୁ ମିଳିପାରିବ ଯେମିତି ଶ୍ରେଷ୍ଠ ଉପସ୍ଥାନ ।

ଏକାନ୍ତ ସମୟରେ କାବ୍ୟ ହେତୁ କରନ୍ତି ବାକ୍ୟ ଗଠନ,
ଭାବାର୍ଥ ଯେମିତି ଜ୍ଞାତ ହୋଇପାରେ କରି ପଠନ ।
ଆମ କାବ୍ୟାଞ୍ଜଳି ହେଉଛନ୍ତି ବହୁ ଅଳଙ୍କାର ପ୍ରିୟା,
ସୁସଜ୍ଜିତ ସୁପ୍ରିୟ ସୁବର୍ଣ୍ଣ ସ୍ଵର୍ଣ୍ଣାକ୍ଷର ଦ୍ୱାରା ହୁଅନ୍ତି ସର୍ବଜନପ୍ରିୟା ।

କରନ୍ତି ଅସୀମିତ ଅଦ୍ଭୁତ କମନୀୟ କଳ୍ପନା,
ଜନମାନସକୁ ଆକୃଷ୍ଟ କରେ ଏହି ପରିଚ୍ଛନ୍ନ ପରିଯ୍ୟାପ୍ତ ପରିକଳ୍ପନା ।
ସୃଷ୍ଟି କରିଛନ୍ତି ଅମୋଘ ଅନୁରାଗ ଗୀତି ଚିରସ୍ୟ ଚିତ୍ରଗୀତି,
ମନୋରଞ୍ଜନୀ ହୋଇ ଉପାର୍ଜ୍ଜନ କରିଛନ୍ତି ସର୍ବସାଧାରଣଙ୍କ ସଂମ୍ପ୍ରୀତି ।

ତାଙ୍କ କଳାପୋଷଣ ଅନୁଗ୍ରହ ଦ୍ୱାରା କବି ରଚିଲେ କାବ୍ୟ ଗ୍ରନ୍ଥ-ମାଳିକା,
ଉତ୍ସାହିତ ହୋଇ ଉପସ୍ଥାପନା କରିଲେ ପ୍ରଣୟ ସୁଧା ଗୀତିକା ।
କବିତା ଦ୍ୱାରା କରନ୍ତି ଭାଷାକୁ ଅତୁଲ୍ୟ ଅରବିନ୍ଦ,
କାବ୍ୟରସ ଯେ ସରସ ସାହିତ୍ୟର ମଧୁର ମକରନ୍ଦ ।

ମହାନଦୀ ବ୍ରାହ୍ମଣୀ ବୈତରଣୀ ପରି ହେଲେ ସରିତା ଝରୀ,
ଆଭୂଷିତ ହୋଇ ଓଡ଼ିଆ ଭାଷା ପାଇଁ ହେଇଛନ୍ତି ସୌଭାଗ୍ୟ ମଞ୍ଜରୀ ।
କଳାବତୀ କାବ୍ୟାଞ୍ଜଳି ହେଲେ ଚିରହରିତ ଚିରସ୍ମରଣୀୟ,
ତାଙ୍କ ପ୍ରତୀତି କଥା ଅବିସ୍ମରଣୀୟ ।

ରାଜ ଶେଖର ଶ୍ରୀ ଚିମା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।