ନାରୀ
ମୁଁ ଜନନୀ ମୁଁ ଭଗିନୀ ମୁଁ ତନୟା ମୁଁ ସହଧର୍ମିଣୀ ଏଇତ ମୋ ଚରିତ୍ରର ବିବରଣୀ ମୁଁ ଲଜ୍ଜା ମୁଁ ପୂଜ୍ୟ ମୁଁ ଧୈର୍ଯ୍ୟ ମୁଁ ସଭ୍ୟ ଏସବୁ ମୁଁ ହେବା ନିତାନ୍ତ ଆବଶ୍ୟକ ମୁଁ ଧରଣୀ ମୁଁ କାମିନୀ ମୁଁ ରମ୍ୟ ମୁଁ କାମ୍ୟ କାବ୍ୟରେ ବର୍ଣ୍ଣିତ ହୁଏ ମୋର ଏ ଗୁଣ । – ସୁନିତା ପଟେଲ
ମୁଁ ଜନନୀ ମୁଁ ଭଗିନୀ ମୁଁ ତନୟା ମୁଁ ସହଧର୍ମିଣୀ ଏଇତ ମୋ ଚରିତ୍ରର ବିବରଣୀ ମୁଁ ଲଜ୍ଜା ମୁଁ ପୂଜ୍ୟ ମୁଁ ଧୈର୍ଯ୍ୟ ମୁଁ ସଭ୍ୟ ଏସବୁ ମୁଁ ହେବା ନିତାନ୍ତ ଆବଶ୍ୟକ ମୁଁ ଧରଣୀ ମୁଁ କାମିନୀ ମୁଁ ରମ୍ୟ ମୁଁ କାମ୍ୟ କାବ୍ୟରେ ବର୍ଣ୍ଣିତ ହୁଏ ମୋର ଏ ଗୁଣ । – ସୁନିତା ପଟେଲ
ତୁମ ସ୍ୱପ୍ନ ଭରା ଆଖି, ପ୍ରଶ୍ନବାଚୀଟିଏ କେତେଯେ ସାଗରର ଗଭୀରତା, କେତେ ଯେ ଅକୁହା ବେଦନାର ବାର୍ତ୍ତା, ସବୁ ସାଇତି ସେ ନୀରବ… ବୈରାଗୀ ପରି । ହେଲେ ତୁମେ କୁହ ମୋ ଆଖିରେ କେତେ ଯେ ଗଳ୍ପ, କିନ୍ତୁ ତୁମ ଆଖିରେ ତ କାହାଣୀ । କାହିଁ କେତେ କାଳରୁ ଯେ ଆତୁରତା ପୂର୍ଣ୍ଣ ଅପେକ୍ଷା ତୁମର ସେହି ଛଳ ଛଳ ନେତ୍ରବିନ୍ଦୁର କଟାକ୍ଷ ଚାହାଣୀକୁ ହୃଦ କେନ୍ଦ୍ରରୁ ଏକ ଅହେତୁକ ଉନ୍ମାଦନା ଯେ ଶୁଣିବ ତୁମ୍ଭର ସବୁ…
ନୀଳ ତରଙ୍ଗରେ ପୁଲକିତ ମନ ସ୍ପର୍ଶେ ମତ୍ତ ମଧୁ ଅଳି, ଛନ୍ଦା ଚରଣରେ ଲୟ କରି ଧ୍ୟାନ ତୁମ ପ୍ରେମେ ମୁଁ ପାଗଳି । କିଏ କିଣିପାରେ ମନକୁ ମୋହର ତୁମେ ମୋ ମନ ମୋହନ, ଯୁଗଳ ପାଦକୁ ଥାପିଦେଇ ପ୍ରଭୁ ଧନ୍ୟ କରିଛ ଜୀବନ । ତଡ଼ାଗ ଗଭାରେ ହସେ ନିରଳସ ନୀଚ କୁଳ ଗୋତ୍ର ଜାଣି, ପଉଷ କାକର ସରଇ ଆୟୁଷ ଶୀତ ଯେହ୍ନେ ସଉତୁଣୀ । ପଙ୍କରୁ ଜନମ କାହିଁ ପୂଣ୍ୟ କର୍ମ ତଥାପି ଆଶୀଷ ଧାରା,…
ଏ ଜୀବନ ବାଟରେ ମଣିଷ ବାଟୋଇଟିଏ କେବେ ଚାଲିବାକୁ ହୁଏ କଣ୍ଟକିତ ପଥରେ ତ ପୁଣି କେବେ କୁସୁମିତ କୋମଳ ପୁଷ୍ପରେ । କେବେ ବୈଶାଖର ପ୍ରଚଣ୍ଡ ଝାଞ୍ଜିରେ ନିଜକୁ ତାତିବାକୁ ହୁଏ ତ ପୁଣି କେବେ ବସନ୍ତର ମଳୟ ପବନରେ ମଜ୍ଜିବାକୁ ହୁଏ । କେବେ ଅମାବାସ୍ୟାର କିଟିକିଟି ଅନ୍ଧାରରେ ରହିବାକୁ ହୁଏ ତ ପୁଣି କେବେ ପୁନେଇଁ ଜହ୍ନର ଜୋଛନାରେ ଲୁଚିବାକୁ ହୁଏ । କେବେ ବାଟସାରା ଏକା ଏକା ତ ପୁଣି କେବେ ବାଟରେ ମିଳନ୍ତି ଅନେକ…
ଭାରି ଅବୁଝା ଭରି ଅଝଟିଆ ଏ ଇଚ୍ଛା, ସବୁରି ମନରେ ବସା ବାନ୍ଧିଥାଏ ଏ ଇଚ୍ଛା । ସ୍ୱପ୍ନର ତାଜମହଲ ଗଢ଼ିତୋଳିଥାଏ ଏ ଇଚ୍ଛା, କଳ୍ପିତ ଜୀବନ କାହାଣୀର ଆଧାର ଏ ଇଚ୍ଛା । ଉଦାସୀ ଓଠରେ ହସର ମୁକୁତା ଖେଳାଏ ଇଚ୍ଛା, ପୂର୍ଣ୍ଣମୀ କୋଳରେ ଜହ୍ନ ଆଲୁଅରେ ଦିପାଳୀ ଜାଳେ ଇଚ୍ଛା । ଅମା ଅନ୍ଧକାରେ ଭାବନାରେ ହଜାଏ ଏ ଇଚ୍ଛା, ପ୍ରେମ ପ୍ରତୀକ୍ଷାର କାରଣ ସାଜେ ଏ ଇଚ୍ଛା । ସ୍ୱପ୍ନର ଦୁନିଆରେ ହଜାଇ ଦିଏ ଏ ଇଚ୍ଛା, ଆଖିରୁ…