You are currently viewing ଗୁରୁଙ୍କ ପାଇଁ ପଦେ
Odia Poem Gurunka Pain Pade (ଗୁରୁଙ୍କ ପାଇଁ ପଦେ) by Janmajaya Nayak for Teahcers' Day (Gurudibasa)

ଗୁରୁଙ୍କ ପାଇଁ ପଦେ

ଜୀବନୁ କଳୁଷ ହେବ ନାଶ,
ଲଭିଣ ଗୁରୁଙ୍କ ଶୁଭାଶିଷ,
ଗୁରୁ ପାଦ ପୂଜି
ଭକତିରେ ଭିଜି
ପାଳିବା ଆମେ ଗୁରୁଦିବସ ।

କୋଟି ଜୁହାର ତାଙ୍କ ଚରଣେ,
ତାଙ୍କୁ ଭୁଲିବା ନାହିଁ ଜୀବନେ,
ଗୁରୁ ପଦରଜ
ମୁକତିର ବୀଜ
ଏକଥା ଆମେ ରଖିବା ମନେ ।

ଗୁରୁଙ୍କର ମହିମା ଅପାର,
ମହୀମଣ୍ଡଳେ ସେ ତ ଈଶ୍ୱର,
ହୃଦମନ୍ଦିରେ ସେ
ଅମଳିନ ଜ୍ୟୋତି
ତାଙ୍କ ପାଇଁ ଜୀବନ ସୁନ୍ଦର ।

ମନେ ଭରିଣ ଆଶା ବିଶ୍ୱାସ,
କଳୁଷତାକୁ କରନ୍ତି ନାଶ,
ତାଙ୍କରି ଆକଟେ
ଯାଉ ଭଲ ବାଟେ
ଭବିଷ୍ୟତ ହୁଅଇ ସରସ ।

– ଜନ୍ମଜୟ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।