Odia Poem Ichchha (ଇଚ୍ଛା) by Rashmibala Satapathy

ଇଚ୍ଛା

ଭାରି ଅବୁଝା ଭରି ଅଝଟିଆ ଏ ଇଚ୍ଛା, ସବୁରି ମନରେ ବସା ବାନ୍ଧିଥାଏ ଏ ଇଚ୍ଛା । ସ୍ୱପ୍ନର ତାଜମହଲ ଗଢ଼ିତୋଳିଥାଏ ଏ ଇଚ୍ଛା, କଳ୍ପିତ ଜୀବନ କାହାଣୀର ଆଧାର ଏ ଇଚ୍ଛା । ଉଦାସୀ ଓଠରେ ହସର ମୁକୁତା ଖେଳାଏ ଇଚ୍ଛା, ପୂର୍ଣ୍ଣମୀ କୋଳରେ ଜହ୍ନ ଆଲୁଅରେ ଦିପାଳୀ ଜାଳେ ଇଚ୍ଛା । ଅମା ଅନ୍ଧକାରେ ଭାବନାରେ ହଜାଏ ଏ ଇଚ୍ଛା, ପ୍ରେମ ପ୍ରତୀକ୍ଷାର କାରଣ ସାଜେ ଏ ଇଚ୍ଛା । ସ୍ୱପ୍ନର ଦୁନିଆରେ ହଜାଇ ଦିଏ ଏ ଇଚ୍ଛା, ଆଖିରୁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 9th Edition (ଶୁଭପଲ୍ଲବ ୯ମ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ନବମ ସମ୍ପାଦକୀୟ

ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଆଉ ସଂସ୍କୃତି ବି ଓଡ଼ିଆ । ସେହି ସଂସ୍କୃତିର ପୂରାତନ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଅନ୍ୟତମ । ପୂର୍ବକାଳରେ ଓଡ଼ିଆ ସାଧବମାନେ ବେପାର ବଣିଜ ପାଇଁ ସେମାନଙ୍କର ବୋଇତରେ ଜିନିଷପତ୍ର ନେଇ ବାଲି, ଜାଭା, ସୁମାତ୍ରା ଆଦି ସ୍ଥାନମାନଙ୍କୁ ଯାତ୍ରା କରୁଥିଲେ । ଏହି ଯାତ୍ରା ମୁଖ୍ୟତଃ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ କରିନ୍ତି ବୋଲି ଇତିହାସରୁ ଜଣାପଡ଼େ ଏବଂ ଓଡ଼ିଶାରୁ ସମୁଦ୍ର ପଥଦେଇ ଯିବାପାଇଁ ମହାନଦୀ ପଠା ସର୍ବୋତ୍କୃଷ୍ଟ ସ୍ଥାନ । ତେଣୁ ସେଠାରେ…

ଅଧିକ ପଢ଼ନ୍ତୁ
Odia Poem Samaya Samudre Shita Juara (ସମୟ ସମୁଦ୍ରେ ଶୀତ ଜୁଆର) by Tapas Kumar Pradhan

ସମୟ ସମୁଦ୍ରେ ଶୀତ ଜୁଆର

ଶାସନ ଭାରର କ୍ଷମତା ହାତେଇ ଉଭା ହୋଇଅଛି ଶୀତ ଶୁଭେଚ୍ଛା ଜଣାଇ ପାଛୋଟି ଆଣୁଛୁ କରିଣ ଭବ୍ୟ ସ୍ୱାଗତ ଧରଣୀ ଛାତିରେ ଶୀତ ନାଚିଲାଣି ତା’ ସାଥେ ପଉଷ, ମାଘ ନୀଳ ବଦନରେ ନଭ ଶୋଭିଲାଣି ହଜିତଗଲାଣି ମେଘ ଦିବାର ଆୟୂଷ ନେଉଅଛୁ ଶୋଷି ନିଅଣ୍ଟ ହେଲା କି ନିଶି? ଆକାଶରେ ବସି ହସି ଦିଏ ଶଶୀ କହୁଛି ମୁଁ ଭାରି ଖୁସି ମାଗୁଣି ଶଗଡ଼ ଯାଉ ନାହିଁ ଗଡ଼ି କୁହୁଡ଼ି ଆସିଛି ମାଡ଼ି ପୂରୁବେ ସୂରୁଜ…

ଅଧିକ ପଢ଼ନ୍ତୁ
Odia Poem Shita Mohini (ଶୀତ ମୋହିନୀ) by Ayushman Tripathy

ଶୀତ ମୋହିନୀ

ଛଅ ଭଉଣୀ ଧରି ସପ୍ତ ରଞ୍ଜନ ଧରା ପୃଷ୍ଠେ କରନ୍ତି ଅବରୋହଣ ସର୍ବେ ସାଜନ୍ତି ସ୍ୱକାଳେ ନୀରକ୍ଷୟ ଦମନ ନହୋଇ ସାଜନ୍ତି ଅଜୟ । ପ୍ରଚଣ୍ଡର ସହ ଝିପିଝିପି ଘନ ନିର୍ମଳ ତରୁଣ ଜାଡ଼ତ୍ୱ ପ୍ରବୀଣ ମଧୁମଳୟର ପୂର୍ବୁ ସେ ପ୍ରକାଶ ଜାଡ଼ମୟ ଧରା ହୁଏ ଶୀତାଭାସ । ବ୍ୟାପ୍ତ କରି ସର୍ବ ବସୁନ୍ଧରା ଭୂମି ନିର୍ଝର ଝରଇ ଅନଳର ଊର୍ମୀ ଅନୀଳ ହୁଅଇ ଅନଳ ଯେସନ ପୁଥିବୀରେ ହୁଏ ଶୀତର ଶାସନ । ଶ୍ୱେତ ପାଟ ସହ ବିଭୁଷିତ ଧରା…

ଅଧିକ ପଢ଼ନ୍ତୁ
Odia Poem Mo Chhota Gaon (ମୋ ଛୋଟ ଗାଆଁ) by Ananta Kumar Sahu

ମୋ ଛୋଟ ଗାଆଁ

ଏଇ ମୋର ଛୋଟ ଗାଆଁରେ ତାକୁ ଟିକେ ଚାହାଁରେ, ଜନମ ଏଇଠି, ମରଣ ଏଇଠି ପାଳିଆବିନ୍ଧା ତା’ର ନାଆଁରେ । ବୁଢ଼ା ଅଙ୍କା ବଙ୍କା ବାଡ଼ି ପରି ଅଙ୍କେଇ ବଙ୍କେଇ ହେଇ କୁଣ୍ତି ନଈ ଗାଆଁ ମଝିରେ ଯାଇଛି ବହି, ବରଷା ଋତୁରେ ଗାଆଁ ନଈ ମୋର ଊଛୁଳେ ଘାଟରେ ପଡ଼େ ନାଆ ଏଇ ମୋର ଛୋଟ ଗାଆଁ, ପାଳିଆବିନ୍ଧା ତା’ର ନାଆଁ । ଗାଆଁ ଶେଷ ମୁଣ୍ଡେ ବିଖ୍ୟାତ ଦେବତା ପ୍ରଭୁ ବିରଞ୍ଚିନାରାୟଣ ମନ୍ଦିର ରହି ପାଆନ୍ତି ପୂଜା,…

ଅଧିକ ପଢ଼ନ୍ତୁ