You are currently viewing ବିରହର ଦହନରେ
Odia Poem Birahara Dahanare (ବିରହର ଦହନରେ) by Prashant Pradhan

ବିରହର ଦହନରେ

ମିଛ ଭରସାରେ ଆଜିବି ବଞ୍ଚିଛି
ଲେଉଟିବ ତୁମେ ବୋଲି
ଚିରସ୍ରୋତା ହେଲା ଆଖିର ଶ୍ରାବଣ
ଯେବେଠାରୁ ଗଲ ଚାଲି ॥

ଝାଉଁଳିଗଲାଣି ଏ ଦେହ ଯୌବନ
ବିରହର ଦହନରେ
ସ୍ପନ୍ଦନର ବେଗ ଥମି ତ ଗଲାଣି
ଆଶାତୀତ ଅପେକ୍ଷାରେ ॥

କାରାଗାରର ସେ ଅପରାଧୀ ପରି
ସାଜିଛି ଏବେ ଜୀବନ
ପ୍ରେମ ବନ୍ଧନରେ ବନ୍ଦୀ କରି ତୁମେ
ଜାଳୁଅଛ ପ୍ରତିକ୍ଷଣ ॥

ମହମ ପରି ତରଳି ଯାଉଛି
ବିଚ୍ଛେଦର ଦାବାଗ୍ନିରେ
ଶେଷ ଦେଖା ଦିଅ ଶେଷଥର ପାଇଁ
ମୃତ୍ୟୁ ଏବେ ନିକଟରେ ॥

ଫେରିଆସ ଥରେ ମୁହୂର୍ତ୍ତଟେ ପାଇଁ
ଡେଇଁ ସବୁ ସୀମାରେଖା
ମୁକ୍ତ କରିଦିଅ ବନ୍ଧନରୁ ମୋତେ
ଦେଇଥରେ ଶେଷଦେଖା ॥

– ପ୍ରଶାନ୍ତ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।