Odia Poem Sandhya (ସନ୍ଧ୍ୟା) by Saroj Kumar Sahoo

ସନ୍ଧ୍ୟା

ପକ୍ଷୀ ଫେରିଲେଣି ନୀଡ଼କୁ ସରବେ ଅସ୍ତଗାମୀ ସୂର୍ଯ୍ୟ ଦେଖି କମନୀୟ ତା’ର କି ଅପୂର୍ବ ଶୋଭା ଆଖି ଯାଏ ସତେ ଲାଖି । ଗାଇଆଳ ଫେରେ ଗୋଧୂଳି ସଞ୍ଜରେ କଅଁଳା ବାଛୁରୀ ଧରି ଗାଆଁ କୁନିପିଲା ଫେରନ୍ତି ସଙ୍ଗତେ ଖେଳକୁଦ ଶେଷ କରି । ଚଷାପୁଅ ଫେରେ ନିଜ କୁଟୀରକୁ କ୍ଲାନ୍ତି ଉପଶମ ପାଇିଁ ବିଦ୍ୟା ଅଧ୍ୟୟନ କରନ୍ତି ପିଲାଏ ଗୁରୁଜନ ପାଦ ଛୁଇିଁ । ଗାଁ କୋଠଘରେ ଶୁଭେ ସଂକୀର୍ତ୍ତନ ହରିବୋଲ କରତାଳି ଅଜାଆଈ ବସି ଦାଣ୍ଡଦୁଆରରେ ଜପ କରୁଥାନ୍ତି…

ଅଧିକ ପଢ଼ନ୍ତୁ
Phulakobi-Palanga Besara (ଫୁଲକୋବି-ପାଳଙ୍ଗ ବେସର) recipe

ଫୁଲକୋବି-ପାଳଙ୍ଗ ବେସର

ଓଡ଼ିଆ ରୋଷେଇ ବେସରର ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ବେସର ତରକାରୀ ଖାଇବାକୁ ପସନ୍ଦ କରିଥାଉ । ସେମିତି ଏକ ସୁଆଦିଆ ତରକାରୀ ହେଉଛି ଫୁଲକୋବି-ପାଳଙ୍ଗ ବେସର । ତେବେ ଆସନ୍ତୁ ଜାଣିବା କେମିତି ଆମେ ସହଜରେ ଆମ ଘରେ ପ୍ରସ୍ତୁତ କରିବା । ଆବଶ୍ୟକ ସାମଗ୍ରୀ ଫୁଲକୋବି: ୪୦୦ ଗ୍ରାମ ଆଳୁ: ୧ଟା ପାଳଙ୍ଗ ଶାଗ: ୧ ବିଡ଼ା ବେସର: ୨/୩ ଚାମଚ ପ୍ରସ୍ତୁତି ପ୍ରଣାଳୀ: କୋବି ଓ ଆଳୁକୁ ଛୋଟ…

ଅଧିକ ପଢ଼ନ୍ତୁ
Odia Poem Sri Radha (ଶ୍ରୀ ରାଧା) by Nirupama Hota

ଶ୍ରୀ ରାଧା

ଫେରିବାର ପଥ ଭୁଲିକି ଗଲ ଗୋବିନ୍ଦ ଗୋପର ଗୋପୀ ଗୋପାଳ ଝୁରୁଛି ରାଧିକା ଝୁରୁଛି କଦମ୍ବ ଝୁରୁଛି ଯମୁନା ଜଳ ଯେଣେ ଅନଉଛି ଲଳନା ଦେଖେ କଳା ଶ୍ରୀମୁଖ ଭାବୁକ ଲାଗଇ ତାହାକୁ ଅବନୀ ଆକାଶ ନବ ଦୁର୍ବାଦଳ ନିଷ୍ପ୍ରଭ ଦିଶିଲା ନପାଇ କୃଷ୍ଣ ପରସ ଛନ୍ଦ ହରା ହେଲେ ଗୋପର କାମିନୀ ଦିଗହରା ହେଲା ପିକ ଗୋଧୂଳି ଲଗନେ ନଦିଶେ ପ୍ରେମ ପିୟୁଷ ମେଘର ମାହ୍ଲାରରେ ହଜିଗଲା ପରେ ଚାନ୍ଦ ଶ୍ୟାମ ଘନ ବଂଶୀ ସ୍ଵନ…

ଅଧିକ ପଢ଼ନ୍ତୁ
Odia Poem Bas Sabu Sesh (ବାସ ! ସବୁ ଶେଷ...) by Sudhanshu Shekhar Dwibedy

ବାସ ! ସବୁ ଶେଷ…

ବାସନ୍ତୀର କାନ୍ଦଣା ଓ ଚିତ୍କାର ଶବ୍ଦ ହୃଦୟକୁ ଆଘାତ କରୁଥାଏ । ବଦ୍ରି ତାକୁ ଆଜି ବହୁତ ପିଟିଛି । ଆଶ୍ରାବ୍ୟ ଭାଷାରେ କେତେ କ’ଣ କହିଛି । ଏପର୍ଯ୍ୟନ୍ତ ବି ସେ ଗାଳି ଦେଉଥିବା ଶବ୍ଦ ଶୁଭୁଛି । “ଶାଳି ବୁଢ଼ୀ ମରୁନାହିଁ କି ମୋତେ ଟଙ୍କା ପଇସା ଦେଉନାହିଁ । ମରିଗଲେ ଯେମିତି ସବୁ ବୋହି ନେଇଯିବ? ଗୋଟେ ବୋଲି ପୁଅ ମୁଁ, କେମିତିକା ମା’ ବେ ତୁ?” ବାସନ୍ତୀ ବି ପ୍ରତିବାଦ କରି କହୁଥାଏ, “ଆଉ ତୁ କେମିତିକା ରାକ୍ଷସ…

ଅଧିକ ପଢ଼ନ୍ତୁ
Odia Poem Sita (ଶୀତ) by Rama Chandra Pradhan

ଶୀତ

ରଙ୍ଗ ବେରଙ୍ଗର ଫୁଲର ସମ୍ଭାରେ ଥିରି ଥିରି ଆସେ ଶୀତ ଶୀତ ଆଗମନେ ମୋ ଗାଆଁ ହସଇ ଚାଷୀ ପୁଅ ଗାଏ ଗୀତ । ପ୍ରକୃତି ପଲ୍ଲୀର ଶୀତ ସକାଳଟା ଭାରି ମନୋହର ଦିଶେ ଫୁଲଫଳ ଭରା ବାଡ଼ି ବଗିଚାଟା ଖୁସିରେ ଯେମିତି ହସେ । ଶୀତ ସକାଳର କୋହଲା ପାଗରେ କାକର ଦେଖାଏ ଛଇ ଶିଶିରର ବିନ୍ଦୁ ବୃକ୍ଷ ଲତା ଡାଳେ ମୁକ୍ତା ସମ ଝଟକଇ । ପଲ୍ଲୀ ଲଳନାର କୁହୁକ ଛୁଆଁରେ ଅଗଣା ଜୀବନ୍ତ ଦିଶେ ହଳଦୀ ରଙ୍ଗର…

ଅଧିକ ପଢ଼ନ୍ତୁ