ହେ ପ୍ରଭୁ କଳା ଠାକୁର ବ୍ରହ୍ମାଣ୍ଡ ଗୋସାଇଁ
ତମ ଆଖିରେ ଅଲୋଡ଼ା ହେଲି କାହିଁ ପାଇଁ?
ଆଜନମ ଦୁଖୀ ହୋଇ ଲୁହରେ ଭାସୁଛି
ମରଣ ହେଉନି କିଆଁ ସେ କଥା ଭାବୁଛି ।
ନିନ୍ଦା-ଗାଳି-ବାଦ-ଅପବାଦ ପୁଞ୍ଜି କରି
ଏତେବଡ଼ ଦୁନିଆରେ ଚାଲିବି କିପରି?
ଯୁଆଡ଼େ ଦେଖୁଛି ମୁହିଁ ସେଆଡ଼େ ଅନ୍ଧାର
କିଏ ତ ପାଖରେ ନାହିଁ ହେବାକୁ ନିଜର ।
ମନ ଅଶାନ୍ତ ପସରା ହୃଦୟ ଜଳଇ
ଉଦ୍ଧାରି ଧର ସାଆନ୍ତେ ଶରଣ ପଶଇ ।
– ସୁଧାଂଶୁ ଶେଖର ପାତ୍ର