Odia Story Manishapania (ମଣିଷ ପଣିଆ) by Sanatan Das

ମଣିଷ ପଣିଆ

ମହାନ୍ତି ବାବୁ ମର୍ଣିଂ ୱାର୍କ ସାରି ରାସ୍ତା କଡ଼ ଚାହା ଦୋକାନରେ ନିଜ ସାଥୀମାନଙ୍କ ସହ ଚାହା ଓ ବିସ୍କୁଟ ଖାଉଥିଲେ । ଏତିକି ବେଳେ ଗୋଟେ ବୁଲା କୁକୁର ମହାନ୍ତି ବାବୁଙ୍କ ମୁହଁକୁ ଅନେଇ ରହିଥାଏ । ମହାନ୍ତି ବାବୁ କୁକୁରକୁ ଦେଖି ରାଗିକି ପଞ୍ଚମ ହୋଇଗଲେ । ଜୋତା ପିନ୍ଧା ଗୋଡ଼ରେ ଗୋଟେ ଶକ୍ତ ଗୋଇଠା ମାରିଲେ ସେ କୁକୁରକୁ । ବିଚରା କୁକୁରଟି କାଉଁ କାଉଁ ହୋଇ ଦଉଡ଼ି ଚାଲିଗଲା । “ଶଃ ! ଏ ବୁଲା କୁକୁରଗୁଡ଼ିକ ଆଉ ରଖେଇ…

ଅଧିକ ପଢ଼ନ୍ତୁ
Odia Poem Mo Maata Purunakalia (ମୋ ମାଆଟା ପୁରୁଣାକାଳିଆ) by Swarup Chandra Barik

ମୋ ମାଆଟା ପୁରୁଣାକାଳିଆ

ଏବେବି ଦିଅଇ ମଥାରେ ଓଢ଼ଣା ମୋ ମାଆଟା ପୁରୁଣାକାଳିଆ, ଦୂରରୁ କରଇ ଜୁହାର ବଡ଼ଙ୍କୁ ଚଳେ ଆଜିବି ସେ ଆଗ ଭଳିଆ । ପଖାଳର ସାଥେ ବାଢ଼ିଦିଏ ଖାଲି ବଡ଼ିଚୂରା ସଙ୍ଗେ ଶାଗ ସଜନା, ଚିଲ୍ଲି ଚିକେନଟା ତା’ପାଇଁ ଅଡ଼ୁଆ ମେଗି-ଚଉମିନ କରି ଜଣେନା । ବାହାରୁ ଆସିଲେ ବନ୍ଧୁ-କୁଣିଆ ଧୁଅଇ ହଳଦି ପାଣିରେ ଗୋଡ଼, ହାତ ଧୋଇବାକୁ ଦିଏ ପାଣିଢାଳ ହେଉ ଅବା ଛୋଟ ହେଉ କି ବଡ଼ । ଖାଏ ନା ବାହାର ଖାଇବା ଦରବ ଚୂଡ଼ାଭଜା-ପାଣି ସାଥେ…

ଅଧିକ ପଢ଼ନ୍ତୁ
Odia Poem Shamba Dasami (ଶାମ୍ବ ଦଶମୀ) by Sarmistha Malla

ଶାମ୍ବ ଦଶମୀ

ଶାମ୍ବ ଦଶମୀ ଆସିଲେ ମନେ ପଡ଼େ ବୋଉ କଥା । ବୋଉ ନୁହେଁ ତ ସେ ଥିଲା ତ୍ୟାଗ ଓ ମମତାର ମୂର୍ତ୍ତିମନ୍ତ ପ୍ରତୀକ । ଶାମ୍ବ ଦଶମୀର ପୂର୍ବ ଦିନରୁ ତା’ର ପ୍ରସ୍ତୁତି ଆରମ୍ଭ ହୋଇଯାଏ । ନିଜ ପିଲାଙ୍କ ମଙ୍ଗଳ କାମନା କରି ସେମାନଙ୍କ ସୁଖମୟ ନିରୋଗ ଜୀବନ ପାଇଁ ପୂଜା କରିବାକୁ ସତେ ଯେପରି ତା’ର ସେଦିନ ନିଦ ହଜିଯାଏ ! ସେ ଦୁଇଦିନ ସତେ ଯେପରି ସେ ଦିନରାତି ଏକାକାର କରି ଦେଇଥାଏ !! ରାତିସାରା ସେ ପିଠା,…

ଅଧିକ ପଢ଼ନ୍ତୁ
Odia Story Jhia Dekha (ଝିଅ ଦେଖା) by Pallabi Das

ଝିଅ ଦେଖା

ମାଆ ଚିଲାଉଥାନ୍ତି ସୁମି ଦିଦି ଉଦ୍ଦେଶ୍ୟରେ, “ସୁମି ଟିକେ କ୍ଷୀରିଟା ଘାଣ୍ଟି ଦେଲୁ, ଲାଗିଯିବ ହାଣ୍ଡିରେ ।” ଝନ୍ ଝାନ୍ ଚୁଡ଼ି ଶବ୍ଦ କରି ସୁମି ଦିଦି ହାତରେ ମେଞ୍ଚାଏ ଚୁଡ଼ି ପିନ୍ଧି ପିନ୍ଧି ଚାଲି ଗଲା ରୋଷେଇ ଘରକୁ କ୍ଷୀରି ଘାଣ୍ଟିବାକୁ । ପୁଣି ଆସି ମୁଣ୍ଡରେ କ୍ଲିପ ମାରୁଥିଲା ଆଉ ମତେ ବାରମ୍ବାର ପଚାରୁଥିଲା, “ମୀନୁ, କହିଲୁ କୋଉ ହେୟାର୍ ଷ୍ଟାଇଲ୍‌ଟା ମାନିବ ମତେ?” ମୁଁ ତାକୁ ଚିଡ଼େଇବାକୁ ଯାଇ କହିଲି, “ତୋ ଲମ୍ବା ସିଧା ଚୁଟିରେ…

ଅଧିକ ପଢ଼ନ୍ତୁ
Odia Story Adrushya Gatayu (ଅଦୃଶ୍ୟ ଗତାୟୁ) by Sudhanshu Shekhar Dwibedy

ଅଦୃଶ୍ୟ ଗତାୟୁ

ଶୀତଦିନ ସକାଳ । ୧୦ଟା ବାଜି ସାରିଥାଏ । ସୂର୍ଯ୍ୟଦେବ ଏପର୍ଯ୍ୟନ୍ତ ଧୂଆଁଳିଆ କମ୍ବଳ ଘୋଡ଼ି ଆରାମ କରୁଥାନ୍ତି । ଅନୁ ପୂଜା ଥାଳି ପ୍ରସ୍ତୁତ କରିସାରିବା ପରେ ନଣନ୍ଦର ଦ୍ୱାରପାଖକୁ ଯାଇ କହିଲା, “ନେହା ! ମୁନ୍ନା ଶୋଇଛି । ତାକୁ ଟିକେ ଦେଖୁଥିବ । ମୁଁ ମନ୍ଦିର ଯାଉଛି ।” ଶୀତ ଲହଡ଼ିର ଚାପୁଡ଼ା ଖାଇ ଥରି ଥରି ସେ ମନ୍ଦିର ରାସ୍ତାରେ ପାଦ ଥୋଇ ଆଗକୁ ଆଗାଉଥାଏ । ଆଜି ତାକୁ ଜଣା ହେଉଥାଏ ପାଦ ଦୁଇଟି ଯେମିତି ପଛରୁ କିଏ ଭିଡ଼ି ଧରୁଛି ।…

ଅଧିକ ପଢ଼ନ୍ତୁ