You are currently viewing ଜୀବନରେ ଚଉଛକ
Odia Poem Jibanara Chauchhaka (ଜୀବନରେ ଚଉଛକ) by Ashutosh Meher

ଜୀବନରେ ଚଉଛକ

କେତେ ଚଉଛକ ପଡ଼ିବ ସତରେ ଜୀବନର ଚଲା ବାଟେ
କେତେ ନୂଆଁ କେତେ ପୁରୁଣା ମୁହଁ ଯେ ଦିଶିବେ ଦୁନିଆଁ ହାଟେ ।

ହସ କାନ୍ଦ ଲୁହ ଭାବନାରେ ଭରା ଜଟିଳ କୁଟିଳ ପଥ
ତାହାରି ଭିତରେ ବାହିବାକୁ ହେବ ଜୀବନ ସପନ ରଥ ।

ଚାଲୁ ଚାଲୁ ପୁଣି ପଥ ହୁଡ଼ିଯିବା ଅବାଟରେ ପାଦ ଥୋଇ
ପ୍ରଭୂଙ୍କୁ ସୁମରି ସଜାଡ଼ିବା ଧାର ନିଜ ଅଜ୍ଞାନତା ଧୋଇ ।

ଜୀବନ ଏମିତି ଉଠାପକା ଖେଳ ଖୋଜିବାକୁ ସତ ବାଟ
ଚଉଛକ ଦିଏ ଜୀବନରେ ପାଠ ରାସ୍ତା ଖୋଜିବାର ଶାଠ ।

– ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।