You are currently viewing ମଣିଷ ପଣିଆ
Odia Story Manishapania (ମଣିଷ ପଣିଆ) by Sanatan Das

ମଣିଷ ପଣିଆ

ମହାନ୍ତି ବାବୁ ମର୍ଣିଂ ୱାର୍କ ସାରି ରାସ୍ତା କଡ଼ ଚାହା ଦୋକାନରେ ନିଜ ସାଥୀମାନଙ୍କ ସହ ଚାହା ଓ ବିସ୍କୁଟ ଖାଉଥିଲେ । ଏତିକି ବେଳେ ଗୋଟେ ବୁଲା କୁକୁର ମହାନ୍ତି ବାବୁଙ୍କ ମୁହଁକୁ ଅନେଇ ରହିଥାଏ । ମହାନ୍ତି ବାବୁ କୁକୁରକୁ ଦେଖି ରାଗିକି ପଞ୍ଚମ ହୋଇଗଲେ । ଜୋତା ପିନ୍ଧା ଗୋଡ଼ରେ ଗୋଟେ ଶକ୍ତ ଗୋଇଠା ମାରିଲେ ସେ କୁକୁରକୁ । ବିଚରା କୁକୁରଟି କାଉଁ କାଉଁ ହୋଇ ଦଉଡ଼ି ଚାଲିଗଲା । “ଶଃ ! ଏ ବୁଲା କୁକୁରଗୁଡ଼ିକ ଆଉ ରଖେଇ ଦେବେନି । କୋଉଠୁ କେଜାଣି ଏମାନେ ଆସିଯାନ୍ତି ! ଏମାନଙ୍କଠାରୁ ଯେତେ ଦୂରେଇ ରହିବ ସେତେ ଭଲ ।” ମହାନ୍ତି ବାବୁ ବିରକ୍ତିର ସହ ମୁହଁ ଛିଞ୍ଚାଡ଼ି କହିଲେ ।

କୁକୁରଟି ଯାଉ ଯାଉ ପଛକୁ ବୁଲି କରୁଣ ଦୃଷ୍ଟିରେ ଚାହିଁ ମନେ ମନେ ଯେମିତି କହୁଥାଏ, “କାଇଁ ମାରିଲେ ବାବୁ? ମୁଁ ତ ତୁମକୁ ଖାଇବାକୁ ମାଗିନି? ଏମିତି ଅକାରଣେ ନିରୀହ ପଶୁକୁ ମାରିବା କ’ଣ ଦରକାର ଥିଲା??”

କିଛି ସମୟ ପରେ ମହାନ୍ତି ବାବୁ ଘରକୁ ଫେରିଲେ । ହଠାତ୍ ଏକ ବୁଲା ଷଣ୍ଢ ତାଙ୍କୁ ମାରିବାକୁ ଗୋଡ଼ାଇଲା । ସେ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ । ଠିକ୍ ସେହି ସମୟରେ ସେ ବୁଲା କୁକୁରଟି ଏହା ଦେଖି ଷଣ୍ଢଟିକୁ ଭୁକି ଭୁକି ଘଉଡ଼ାଇ ଦେଲା । ମହାନ୍ତି ବାବୁ ପଛକୁ ବୁଲିପଡ଼ି ଦେଖିଲେ ଯେ ଷଣ୍ଢଟି ନାହିଁ । ଯୋଉ ବୁଲା କୁକୁରକୁ ସେ ଗୋଇଠା ମାରି ତଡ଼ି ଦେଇଥିଲେ ସେଇ ଆଜି ତାଙ୍କୁ ରକ୍ଷା କରିଛି । ଏ କଥା ଦେଖି ତାଙ୍କ ବିବେକ ଓ ମଣିଷ ପଣିଆ ସେଇ ନିରୀହ ଜୀବ ପାଖରେ ହାରିଗଲା । ସେ ଭାବୁଥିଲେ, ଆଜି ଏଇ ମଣିଷର ପଶୁ ପଣିଆ ପାଖରେ ଏଇ ପଶୁଟିର ମଣିଷ ପଣିଆ ଜିତିଗଲା ।

– ସନାତନ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସନାତନ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକରେ ପ୍ରକାଶ ପାଇଛି ।