You are currently viewing ଦେବ କି ଅନୁମତି?
Odia Poem Deba ki Anumati (ଦେବ କି ଅନୁମତି) by Rajesh Rath

ଦେବ କି ଅନୁମତି?

ତୁମ ସ୍ୱପ୍ନ ଭରା ଆଖି, ପ୍ରଶ୍ନବାଚୀଟିଏ
କେତେଯେ ସାଗରର ଗଭୀରତା,
କେତେ ଯେ ଅକୁହା ବେଦନାର ବାର୍ତ୍ତା,
ସବୁ ସାଇତି ସେ ନୀରବ… ବୈରାଗୀ ପରି ।

ହେଲେ ତୁମେ କୁହ ମୋ ଆଖିରେ କେତେ ଯେ ଗଳ୍ପ,
କିନ୍ତୁ ତୁମ ଆଖିରେ ତ କାହାଣୀ ।
କାହିଁ କେତେ କାଳରୁ ଯେ ଆତୁରତା ପୂର୍ଣ୍ଣ ଅପେକ୍ଷା
ତୁମର ସେହି ଛଳ ଛଳ ନେତ୍ରବିନ୍ଦୁର କଟାକ୍ଷ ଚାହାଣୀକୁ

ହୃଦ କେନ୍ଦ୍ରରୁ ଏକ ଅହେତୁକ ଉନ୍ମାଦନା
ଯେ ଶୁଣିବ ତୁମ୍ଭର ସବୁ ବେଦନା
କରିବ ସବୁ ଦ୍ୱିଧାର ସାଧନା ।
ପ୍ରଶ୍ନ ନୁହେଁ ଏ ତ କେଉଁ ପରୀକ୍ଷାର,
ନା ଅଛି ଉତ୍ତର ନା ଅଛି ପୁରସ୍କାର ।

ତଥାପି ମନ ଆଜି ଖୋଜେ ପ୍ରତିଛବି
ତୁମ୍ଭର ସେହି ସାମୟିକ ଅଝଟ ତାନର ।
ସେଥିପାଇଁ ବୋଧେ ଆଜିଯାଏଁ କେହି ଦେଇନାହାନ୍ତି ନଜର
କାହିଁକି ନା ମନ ଭାଳି ହୁଏ କେବଳ ପ୍ରେମର ଶାସ୍ଵତ ସ୍ୱର

ଆଜି ବି ମୁଁ ଦେଖେ ତୁମ ଆଖିରେ ଅନାହୁତ ଜ୍ୟୋତି
ସତେ ଅବା ବର୍ଷା ରାତିରେ ଇଙ୍ଗୁଦିର ଦୀପଶିଖା ଜ୍ୟୋତି
ସ୍ୱାର୍ଥପରତାର ପରାକଷ୍ଠାକୁ ଅନୁଧ୍ୟାନ କରୁଛି ଅହରହ
ସାଧନା ଯେ ଭଙ୍ଗ ନ ହେଉ ଲଗୁଅଛି ଡର ।

ମୋ ଅପେକ୍ଷାର ଅନ୍ତର୍ନିହିତତା ବହିଯାଏ
ସତେ ଯେପରି ଅମାନିଆ ସରିତାଟେ ପରି,
ସମାୟିତ ହେବାକୁ ଅହେତୁକତା ରୁହେ ତୁମ ଆଖି ଭଉଁରୀରେ
ଭଙ୍ଗକରି ସେ ତପସ୍ୟା ତୁମ ସହ ସାକ୍ଷାତ କରିବାକୁ ଇଚ୍ଛା ହୁଏ ।

ଚୂର୍ଣ୍ଣ କରି ସବୁ ପ୍ରହେଳିକା, ସବୁ ବନ୍ଧନ ମୁକ୍ତ କରିବକୁ ମନ କହେ
ଦେବ କି ଅନୁମତି ସବୁ ପ୍ରଶ୍ନର ଉତ୍ତର ମୁଁ ଚାହେଁ,
ଦେବ କି ଅନୁମତି ମୁଁ ତୁମକୁ ମୋ ଆଖିରେ ରଖିବାକୁ ଚାହେଁ ।

– ରାଜେଶ ରଥ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜେଶ ରଥ ଜଣେ ଓଡ଼ିଆ ଗାଳ୍ପିକ ତଥା କବି । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି, ଯାହାକି ଅନେକ ପତ୍ରପତ୍ରିକା ସ୍ଥାନ ପାଇଛି । ଗଞ୍ଜାମ ଜିଲ୍ଲାର ଆସ୍କାର ଅଧିବାସୀ ରାଜେଶ ପେଶାରେ ଜଣେ ଗଣିତ ଶିକ୍ଷକ ।