You are currently viewing ମହାମାରୀ କରୋନା
ମହାମାରୀ କରୋନା

ମହାମାରୀ କରୋନା

ହଇରେ କରୋନା ତୁ ଏତେ ଅବୋଧ ହୋଇଲୁ
ଠାକୁର ଦେଶରେ ଆସି ତୁ ଯେ ପ୍ରବେଶିଲୁ
ଜଣାନାହିଁ ବୋଧେ ତତେ ଇଏ ଠାକୁର ଦେଶ
ତା’ କୋପ ଦୃଷ୍ଟିରେ ଆଜି ତୁ ହୋଇବୁ ଶେଷ

ମହାମାରୀ ନାମରେ ତୁ ବିଶ୍ୱର ପରିଚିତ
ତୋ’ ପାଇଁ ଚିନ୍ତିତ ଆଜି ଏ ସାରା ଜଗତ
ସଭିଙ୍କ ମୁହଁରେ ଦେଲୁ ତୁ ଯେ ପଟି ବାନ୍ଧି
ନର ରାକ୍ଷାସ ହେବୁ ବୋଲି କରିଛୁ କି ସନ୍ଧି?

ଗୋଡ଼େଇ ଗୋଡ଼େଇ ଖାଇଲୁ ତୁ ସହସ୍ର ଜୀବନ
ଏତେ ସରି କଲାପରେ ବୁଝୁନାହିଁ ତୋର ମନ
ଛାଡ଼ି ଚାଲିଯାଆ ତୁହି ଏ ମହୀ ମଣ୍ଡଳ
କି ପାପର ପ୍ରତିଶୋଧ ନେଉଛୁ ଚଣ୍ଡାଳ ।

ବିରେନ୍ଦ୍ର ନାୟକ
ଅତା, ସୁକିନ୍ଦା, ଯାଜପୁର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିରେନ୍ଦ୍ର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ରଚନା କରନ୍ତି ।