You are currently viewing କିଛି କଥା ଏ ମନର
Odia Poem Kichhi Katha e Manara (କିଛି କଥା ଏ ମନର) by Sarjan Kumar Sahu

କିଛି କଥା ଏ ମନର

କିଛି କଥା ତୁମର, କିଛି କଥା ମୋର
କେଜାଣି ଏ କଥା,
ଅସରନ୍ତି କଥାର ଗାଥା ହେଇଯାଏ ।

ଦୁଇ ପାଦ ତୁମର, ଦୁଇ ପାଦ ମୋର
କେଜାଣି ଏ ପାଦ,
ଅସରନ୍ତି ରାସ୍ତାର ପଥୀକ ହେଇଯାଏ ।

ଟିକେ ସ୍ପର୍ଶ ତୁମର, ଟିକେ ସ୍ପର୍ଶ ମୋର
କେଜାଣି ଏ ସ୍ପର୍ଶ,
ଅସରନ୍ତି ସ୍ମୃତିର ସ୍ମୃତି ହେଇଯାଏ ।

ଅଳ୍ପ ହସ ତୁମର, ଅଳ୍ପ ହସ ମୋର
କେଜାଣି ଏ ହସ,
ଅସରନ୍ତି ସୁଖର ସାଥୀ ହେଇଯାଏ ।

ଟୋପେ ଲୁହ ତୁମର, ଟୋପେ ଲୁହ ମୋର
କେଜାଣୀ ଏ ଲୁହ,
ଅସରନ୍ତି ବିରହର ବେଦନା ହେଇଯାଏ ॥

– ସର୍ଜନ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସର୍ଜନ କୁମାର ସାହୁ ପେଶାରେ ଶିକ୍ଷାବିତ୍, ଯିଏକ ଏବେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ନିଶା ତାଙ୍କର କବିତା ଲେଖିବା; ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।