You are currently viewing କରୋନା କରୁଛି ଲୀଳା
Odia Poem Corona Karuchhi Leela (କରୋନା କରୁଛି ଲୀଳା) by Rudra Narayan Panigrahi

କରୋନା କରୁଛି ଲୀଳା

ଛନ୍ଦ– ବଙ୍ଗଳାଶ୍ରୀ

ଗଡ଼ି ଗଡ଼ି ଯାଏ ଦିନ ପରେ ଦିନ
ବଢ଼ୁଛି କରୋନା କାଳ,
କମି କମି ଯାଏ ଦେଶ ଜନସଂଖ୍ୟା
କରିବ କିଏ ଉଦ୍ଧାର ।

ଅଭିଶପ୍ତ ବର୍ଷ ଏହି ଯୋଡ଼ା ବର୍ଷ
ଲିଭିଛି ଜନତା ହସ
କରୋନା ଲକ୍ଷଣ ଦେଖାଦେଲେ ଭାଇ
ସ୍ୱାବ୍ ଟେଷ୍ଟ କରି ଦେବ ।

ଗରିବ ପାଉଛି ରେସନ ଚାଉଳ
ଧନୀ ପାଖେ ଅଛି ଧନ,
ମଝିରେ ଦୁଃଖରେ ପଡ଼ିଛନ୍ତି ଏବେ
ମଧ୍ୟବିତ୍ତ ଶ୍ରେଣୀଲୋକ ।

ପାଠପଢ଼ା କଥା କଅଣ କହିବି
ଚାଲିଛି ଅନଲାଇନ୍ ଯୁଗ,
କିଏ ତ ଗଛରେ କିଏ ପାହାଡ଼ରେ
ମୋବାଇଲ୍ ଖଣ୍ଡେ ଥିବ ।

ତାଲାବନ୍ଦୀ ପରେ ଅନଲକ୍ ହେଲା
କମିଲା ତ କଟକଣା
ଆତ୍ମସଚେତନ ହେବା ବଦଳରେ
ଚାଲିଛି ସବୁଠି ମେଳା ।

ଲେଖି ଜାଣିନାହିଁ ଲେଖକ ନୁହେଁ ମୁଁ
ଭୁଲ୍ ଥିଲେ କ୍ଷମା ଦେବ
ସମୟ ପାଇଲି ଲେଖିଦେଲି ବସି
ମନରୁ ମୋ ଦୁଇ ପଦ ।

– ରୁଦ୍ର ନାରାୟଣ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଟକ ଜିଲାର ସାଲେପୁର ସ୍ଥିତ ପୂର୍ବଛକର ବାସିନ୍ଦା ହେଉଛନ୍ତି ରୁଦ୍ର ନାରାୟଣ ପାଣିଗ୍ରାହୀ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।