You are currently viewing ଆୟୁଷ
Odia Poem Aayusha (ଆୟୁଷ) by Mrutyunjay Patra

ଆୟୁଷ

ପ୍ରହେଳିକା ମୁକ୍ତ ଜୀବନଚର୍ଯ୍ୟା
କ’ଣ ହୋଇପାରେ ଜୀବନର ପରିଭାଷା
ବାସ୍ତବବାଦ କ’ଣ ଆଣିପାରେ
ଦିଗହିନ ପବନ ପାଇଁ
ବ୍ୟତିକ୍ରମ??

ଆଛା
କହ ତ,
ନିରବ ଝଡ଼ରେ ଆହତ
ସେ ଜୁଳୁଜୁଳିଆ ପୋକର
ଆୟୂଷ କିଏ ନିର୍ଦ୍ଧାର କରେ?
ଶେଷ ନିଶ୍ୱାସ ଯାଏ
ସେ ଯେଉଁ ଆଲୁଅ ବାଣ୍ଟେ
କିଏ କ’ଣ ତାକୁ ଲୋଡ଼େ !?
ସେ ଆଲୁଅ ଟିକକ
ବାଟବଣା ହେଲାପରେ
କେଉଁ ଏକ ଅନ୍ଧାରୀ ଗହିରୀରେ

ତାରାମାନେ ତ ପରଦେଶୀ
ଛାଡ଼ ମ ତାଙ୍କ କଥା
ପରୀରାଇଜ କଥା ଆଉକେବେ
ଆସେ ଆଜି
ନିଜ ଇଲାକାର କଥା ହବା
ଚୁନରୀରେ ବନ୍ଧା ତାରାମାନଙ୍କୁ
ମୁକ୍ତିଦବା
ନିଜ ଅଗଣାର ଜୁଳୁଜୁଳିଆକୁ
ନିଶ୍ୱାସଟେ ଫେରେଇବା ।

– ମୃତ୍ୟୁଞ୍ଜୟ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମୃତ୍ୟୁଞ୍ଜୟ ପାତ୍ର ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।