You are currently viewing ଜୀବନସାଥୀ
Odia Poem Jibanasathi (ଜୀବନସାଥୀ) by Soubhagyabati Giri

ଜୀବନସାଥୀ

ଭାଗ୍ୟ ମତେ ଆଣି ପହଞ୍ଚାଇଦେଲା
ଏମିତି ଶିଖର ସ୍ଥଳେ,
ଉଚ୍ଚ ବେତନରେ ଚାକିରି କରିଛି
ଦେଶବିଦେଶ ମୁଁ ବୁଲେ ।

ସଭିଏଁ କହନ୍ତି ବାହାହେବ ତମେ
ଝଲମଲ ପ୍ରାସାଦରେ,
ଜୀବନ ତୁମର ବିତିବ ବୃହତ
ଆୟବ୍ୟୟର ଅଟକଳରେ ।

ଶାଶୁଘରେ ତୁମ ଥିବ ବହୁଟଙ୍କା
ଗାଡ଼ି କୋଠା ଆଉ ଧନ,
ତୁମ ସ୍ୱାମୀ ପାଖେ ହାତ ଯୋଡ଼ୁଥିବେ
କେତେକେତେ ଅଧସ୍ତନ ।

ହସି ମୁଁ କହିଲି ଏସବୁରେ ମୋର
ନାହିଁ କିଛି ପ୍ରୟୋଜନ,
ସୁଶିକ୍ଷିତ ସ୍ନେହୀ ହୃଦୟଟେ ଲୋଡ଼ା
ବୁଝିବ ଯେ ମୋର ମନ ।

ଦୁଃଖୀଗରିବଙ୍କ ପାଇଁ ତା’ ମନରେ
ଦୟାଭାବ ଥିବ ଭରି,
ଅନାଥ ପିଲାଙ୍କୁ ସାହାଯ୍ୟ କରିବ
ଘୃଣାଭାବ ପରିହରି ।

ଈଶ୍ୱରବିଶ୍ୱାସ ମଣିଷପଣିଆ
ଯାହା ହୃଦୟରେ ଥିବ,
ସଚ୍ଚରିତ୍ର ଆଉ ସଚ୍ଚୋଟ ପିଲାଟେ
ମୋ ଜୀବନ ସାଥୀ ହେବ ।

– ସୌଭାଗ୍ୟ ଗିରି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌଭାଗ୍ୟବତୀ ଗିରି ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।