ହୃଦୟର ବିଶାଳ ରାଇଜରେ ମନପକ୍ଷୀଟି ବାନ୍ଧିଛି ଏକ ଛୋଟିଆ ବସା,
ସେ କାହାକୁ କହିବ, ଶୁଣିବ ବା କିଏ,
ଆଖିରେ ଆଖିଏ ଭରା ଅସୁମାରୀ ସପନ,
ମନଭିତରୁ ଉଙ୍କି ମାରୁଥାଏ ଅନେକ ଛୋଟବଡ଼ ଅଝଟ ଅଦମ୍ୟ ଅପୂରଣୀୟ ଆଶା ।
କ୍ଷଣେ କ୍ଷଣେ ଚାଲେ ମନ ଓ ବିବେକ ମଧ୍ୟେ ଯୁଦ୍ଧ ସହ
ନିଷ୍ଠୁର ବଚସା,
ସେ କାହାକୁ ଜଣେଇବ, ଜାଣିବ ବା କିଏ,
ନିରୀହ ମନ କରେ ବ୍ୟାକୁଳ ପ୍ରୟାସ,
ହେଲେ ଅଧୁରା ରହିଯାଏ ଅଧାଗଢ଼ା ସପନଘରର ସେ ଛାତରୂପୀ ଅପୂରଣୀୟ ଆଶା
ବିଫଳତାର ପହିଲି ସ୍ପର୍ଶରେ ଆଶାରୁ ହିଁ ଜନ୍ମନିଏ ଦୁ଼ଃଖମୟ ନିରାଶା,
ସେ କାହାକୁ ବୁଝେଇବ, ବୁଝିବ ବା କିଏ,
ଜୀବନରେ ତ ସବୁକିଛି ପୂର୍ବ ନିର୍ଦ୍ଧାରିତ,
କାହିଁକି ପାଳିବା ମନରେ ସେ ଅସମ୍ଭବ ନଭଶ୍ଚୁମ୍ବୀ ସପନର ଅପୂରଣୀୟ ଆଶା
– ଅମରଜ୍ୟୋତି ମହାସୁଆର