You are currently viewing ଅଭୂଲା ସ୍ମୃତି
ଅଭୂଲା ସ୍ମୃତି

ଅଭୂଲା ସ୍ମୃତି

ମନେ ଅଛି ମୋର ସେଦିନର କଥା;
କରିବନି ପର ବୋଲି ଛୁଇଁଥିଲ ମଥା ॥

ଭୁଲିଗଲ, ଚାଲିଗଲ କରିଦେଇ ପର;
ଏକ ଅଚିହ୍ନା ଲୋକକୁ ନେଇ ଗଢ଼ିଲ ସଂସାର ॥

ଭଲ ପାଇବାରେ ଭୁଲ ମୋର ରହିଲା କଉଠି;
ପଚାରିବି ଏଇ କଥା, ଦେଖାହବ ଯେଉଁଠି ॥

ଶିଶିର, କାକରରେ ଭିଜି ଦେଖୁଥିଲି କେତେ ସ୍ୱପ୍ନ;
ଆଜି ମତେ ଏକା ଦେଖି ହସୁଛି, ପୂର୍ଣମୀର ଏ ଗୋଲ ଜହ୍ନ ॥

ମନେପଡ଼େ ଯେବେ ତୁମ ଅକୁହା କଥା;
ଅଜାଣତେ ଦେହେ ହୁଏ ଅନେକ ବ୍ୟଥା ॥

ଏକ ଜର୍ଜରିତ,ମର୍ମାହତ ହୃଦୟକୁ ନେଇ;
ବଞ୍ଚିଛି ମୁଁ ବଞ୍ଚିଥିବି, ତୁମର ଅଭୂଲା ସ୍ମୃତି ଟିକକ ପାଇଁ ॥

ହସ ଖୁସି ଭରିଯାଉ ତୁମ ଜୀବନରେ;
ଏଇ ମୋର କାମନା ପ୍ରଭୁଙ୍କ ପାଖରେ ॥

– ଅମିତାଭ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅମିତାଭ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।