You are currently viewing ଅସଜଡ଼ା ସମୀକରଣ
ଅସଜଡ଼ା ସମୀକରଣ

ଅସଜଡ଼ା ସମୀକରଣ

ଅଧାଅଧି ଜୀଇଁଥିବା ଏ ଜୀବନ
କିଛି ଆମ୍ବ ତୋଟା ନଈ କୂଳ ପବନ
ଆଉ କିଛି ରୁନ୍ଧି ଦେଉଥିବା ସପନ
ପଚାରନା ଲାଭ କ୍ଷତି
ଭାରି ଅସଜଡ଼ା ଅବୁଝା ଏ ସମୀକରଣ ।

ଅଧାଅଧି ବୟସରେ ବାଟଭୁଲେ ଏ ମନ
କିଛି ପ୍ରେମ କିଛି ଦହନ
ଆଉକିଛି ଗତସ୍ମୃତି କଳଙ୍କିତ ମଲାଜହ୍ନ
ପଚାରନା ପ୍ରେମିକା ନା ପ୍ରତାରଣା,
ସେ ଇତିହାସ ବଡ଼ ଗହନ ।

ଅଧାଅଧି ରାସ୍ତାରେ ମଧ୍ୟାହ୍ନର ଆହ୍ୱାନ
କିଛି ଛାଇ କିଛି ଜ୍ୱଳନ
ଆଉକିଛି ରାସ୍ତା ଅଚିହ୍ନା ଅନ୍ତହିନ
ପଚାରନା ନକ୍ସା ରାସ୍ତା
ଚୋରାବାଲି କି ଧରିରଖେ ପାଦଚିହ୍ନ !!!

ଅଧାଲେଖା ଗପରେ କିଛି ସତ କିଛି ଗୋପନ
ବର୍ଷା କିଛି, କିଛି ବସନ୍ତ ବିଷର୍ଣ୍ଣ
ଆଉକିଛି ମଳୟ ମହକ ଭିଜା ମାନ ଅଭିମାନ
ପଚାରନା ଶେଷକଥା
ମୁଁ ଛାର ଲେଖନୀ, ନିୟତୀ ଅଧିନ ।।

– ଜ୍ୟୋତ୍ସ୍ନା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ୟୋତ୍ସ୍ନା ଜେନା ଓଡ଼ିଆ ଭାଷାରେରେ ବିଭିନ୍ନ ପ୍ରକାରର ଗପ, କବିତା ଓ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି । ସୋସିଆଲ୍ ମିଡ଼ିଆରେ ତାଙ୍କ ଲେଖାଗୁଡ଼ିକ ଆଦୃତିଲାଭ କରିଛି ।