You are currently viewing ଉଦ୍ଭିଦ ବିଜ୍ଞାନ ପରିବାର
ଉଦ୍ଭିଦ ବିଜ୍ଞାନ ପରିବାର

ଉଦ୍ଭିଦ ବିଜ୍ଞାନ ପରିବାର

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଯେ ଈଶ୍ୱର ।
ତାଙ୍କ ପାଦ ପଦ୍ମେ ସଦା ଭକ୍ତି କର ।।
ଉଦ୍ଭିଦ ବିଜ୍ଞାନ ମୋ ପରିବାର ।
ଘରେ ବିଜେ ଅଛନ୍ତି ମୋ ପାଞ୍ଚ ଠାକୁର ।।
ଗୁରୁ ରୂପେ ସେମାନେ ଜ୍ଞାନର ସାଗର ।
ତାଙ୍କ କରୁଣାର ନାହିଁ ପଟାନ୍ତର ।।

ଘରର ମୁରବି ସାରଦା ପ୍ରସାଦ ।
ସବୁ ବେଳେ ହସ ହସ ନିର୍ମଳ ସ୍ୱରୂପ ।।
ଘରେ ମୋ ଅଛନ୍ତି ବିଶ୍ୱଜିତ ସାର୍ ।
ତାଙ୍କ ବିନା ନାହିଁ ଅନ୍ୟଗତି ଆମ୍ଭର ।।
ସୁନ୍ଦର ଶାନ୍ତ ନିର୍ମଳ ନିରାକାର ।
ଜ୍ଞାନ ରତ୍ନର ସେ ତ ଭଣ୍ଡାର ।।
କ୍ଷଣପ୍ରଭା ମ୍ୟାମ୍ ଆମର ଅତି ନିଜର ।
ମାଆ ପରି ବର୍ଷାନ୍ତି ସ୍ନେହ ସାଗର ।।
ରିନୁ ମ୍ୟାମ ଆମର ମାର୍ଗ ଦର୍ଶିକା ।
ସେ ଯେ ଆମପାଇଁ ଜ୍ଞାନର ବର୍ତ୍ତିକା ।।
ସର୍ବ ପୁରାତନ ଆମ ରତ୍ନମୟୀ ମାଆ ।
ସବୁ କାମେ ଆମକୁ ହୁଅନ୍ତି ସାହା ।।
ଉମା ଭାଇ ଆମର ଘରର ବଡ଼ ପୁଅ ।
ଆମକୁ ବଢ଼େଇ ଦିଏ ସାହାଯ୍ୟର ସୁଅ ।।
ଏହି ପରିବାର ପାଇ ମୁଁ ଅତି ଗର୍ବିତ ।
ସବୁବେଳେ ରହିବାକୁ ଚାହେଁ ଏମାନଙ୍କ ସହିତ ।।

– କେଶରୀ ପ୍ରସାଦ ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କେଶରୀ ପ୍ରସାଦ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।