ଉଦ୍ଭିଦ ବିଜ୍ଞାନ ପରିବାର

Udbhida Bijna Mo Paribara

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଯେ ଈଶ୍ୱର ।
ତାଙ୍କ ପାଦ ପଦ୍ମେ ସଦା ଭକ୍ତି କର ॥
ଉଦ୍ଭିଦ ବିଜ୍ଞାନ ମୋ ପରିବାର ।
ଘରେ ବିଜେ ଅଛନ୍ତି ମୋ ପାଞ୍ଚ ଠାକୁର ॥
ଗୁରୁ ରୂପେ ସେମାନେ ଜ୍ଞାନର ସାଗର ।
ତାଙ୍କ କରୁଣାର ନାହିଁ ପଟାନ୍ତର ॥

ଘରର ମୁରବି ସାରଦା ପ୍ରସାଦ ।
ସବୁ ବେଳେ ହସ ହସ ନିର୍ମଳ ସ୍ୱରୂପ ॥
ଘରେ ମୋ ଅଛନ୍ତି ବିଶ୍ୱଜିତ ସାର୍ ।
ତାଙ୍କ ବିନା ନାହିଁ ଅନ୍ୟଗତି ଆମ୍ଭର ॥
ସୁନ୍ଦର ଶାନ୍ତ ନିର୍ମଳ ନିରାକାର ।
ଜ୍ଞାନ ରତ୍ନର ସେ ତ ଭଣ୍ଡାର ॥
କ୍ଷଣପ୍ରଭା ମ୍ୟାମ୍ ଆମର ଅତି ନିଜର ।
ମାଆ ପରି ବର୍ଷାନ୍ତି ସ୍ନେହ ସାଗର ॥
ରିନୁ ମ୍ୟାମ ଆମର ମାର୍ଗ ଦର୍ଶିକା ।
ସେ ଯେ ଆମପାଇଁ ଜ୍ଞାନର ବର୍ତ୍ତିକା ॥
ସର୍ବ ପୁରାତନ ଆମ ରତ୍ନମୟୀ ମାଆ ।
ସବୁ କାମେ ଆମକୁ ହୁଅନ୍ତି ସାହା ॥
ଉମା ଭାଇ ଆମର ଘରର ବଡ଼ ପୁଅ ।
ଆମକୁ ବଢ଼େଇ ଦିଏ ସାହାଯ୍ୟର ସୁଅ ॥
ଏହି ପରିବାର ପାଇ ମୁଁ ଅତି ଗର୍ବିତ ।
ସବୁବେଳେ ରହିବାକୁ ଚାହେଁ ଏମାନଙ୍କ ସହିତ ॥

– କେଶରୀ ପ୍ରସାଦ ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...