You are currently viewing ଏକା ଏକା
ଏକା ଏକା

ଏକା ଏକା

ତୁମେ ଦେଇଥିବା କଲମ ପ୍ରିୟା
ଭାବି ଲେଖେ ତୁମ କଥା
ତୁମ ପ୍ରତିଶ୍ରୁତି ମିଛ ଜହ୍ନ ରାତି
ଲାଗେ ସବୁ ଫିକା ଫିକା ।

କେ ଅଭିମାନେ ଚାଲିଗଲ ଛାଡ଼ି
କରି ଏତେ ହୀନିମାନ
ଚାଲି ଯିବ ଦିନେ ଜାଣି ମୁଁ ନଥିଲି
ଆଜି ଲାଗେ ଏକା ଏକା… (୨)

କହୁ ଥିଲ ଦିନେ ଛାଡ଼ି ଯିବନାହିଁ
ତୁମେ ମୋ ଜୀବନ ଧନ…
ସେଇ ଧନ ଆଜି ପର ହେଇଗଲା
ବୁଝିଲନି ମୋର ମନ ।

ଧୋକା ଦବା ଯଦି ତୁମ ମନେ ଥିଲା
କାଇଁ ପାଉଥିଲ ଭଲ
ହାତ ଧରି ମୋର ବାଟ ଚାଲିବାର
କରୁଥିଲ ମିଛ ଅଭିନୟ ।

ପ୍ରେମ ବିରହର ବେଦନା କେତେ ଯେ
ଭାରି କଷ୍ଟ ଦିଏ ମୋତେ
ଲୁଚି ଲୁଚି କାନ୍ଦେ ତୁମ ପାଇଁ ସାଥି
ଏଇ କ’ଣ ପ୍ରେମ ଉପହାର?

ମୋ ଜୀବନରେ ଖୁସି ଆଉ ନାହିଁ
ଅଛି ଖାଲି ଆଖି ଲୁହ…
ସେ ଆଖି ଲୁହ ସାଜିଛି କାହଣୀ
ଲେଖେ ତମ ଅଭିନୟ

କଲମକୁ ଆଜି ସାଙ୍ଗ ମୁଁ କରିଛି
ତତେ ଭାବି ଲେଖିବାକୁ…
କିଛି ଏଣୁ ତେଣୁ ତୁମ ପାଇଁ ଲେଖେ
ଏ ମନ ବୁଝେଇବାକୁ…

– ଦେବବ୍ରତ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବବ୍ରତ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।