You are currently viewing ଆଶା
Odia Poem Asha (ଆଶା) By Sasmita Singh

ଆଶା

ଆଜି ଦୁଃଖର ମହାସମୁଦ୍ର ଅଛି
ଡରିବାର ତୁମକୁ ତ ଜମା ବି ନାହିଁ
ସୁଖକୁ ଆଣିବା ତୁମ ହାତରେ ଅଛି
ପଛକୁ ଫେରିବାର ଜମା ବି ନାହିଁ

ଆଜି ରାତି ଅଛି ଅନ୍ଧକାର
କାଲି ସକାଳ ନିଶ୍ଚୟ ଆସିବ
ଆଜି ବାଟ ଅଛି ବହୁ ଦୂର
ସେ ଖରାରେ ଛାଇ ନିଶ୍ଚୟ ମିଳିବ

ଆଜି କର୍ମରେ ସବୁ ଖୁଣ ଅଛି
କାଲିକୁ ସବୁ ନିଖୁଣ କରିବ
ଆଜି ଆଖି ଓଦା ଅଛି
କାଲି ଓଠରେ ହସ ଭରିବ

ଥକି ଯିବା ନାହିଁ ଡରି ଯିବା ନାହିଁ
ଆଗକୁ ବଢ଼ିବାର ମନବଳ ମଜବୁତ୍ କରିବ
ଲୁହ ଝରେଇବ ନାହିଁ, ଦୁନିଆଠୁ ହାର୍ ମାନିବ ନାହିଁ
ଆଗକୁ ବଢ଼ିବା ପାଇଁ ଶକ୍ତି ସଞ୍ଚାର କରିବ

ଘନ ଅନ୍ଧକାର ଅବା ଝଡ଼ ପବନ ଆସୁ
ଲଢ଼ିବାର ଜ୍ୟୋତି ସେମିତି ଜାଳିବ
ବଞ୍ଚିବାର ଆଶା କ୍ଷୀଣ ହେଲେ ମଧ୍ୟ
ଲଢ଼ିବାର ଆଶା ସେମିତି ତୀକ୍ଷ୍ଣ ରହିବ

– ସସ୍ମିତା ସିଂହ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ସିଂହ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।