ଗାଁରେ ପଡ଼ିଛି ଶୀତ
ଶୀତଳ ପବନେ କାକର ବିନ୍ଦୁରେ ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । କାର୍ତ୍ତିକ ପୂର୍ଣିମା ଡଙ୍ଗାରେ ବସିକି ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । ଦିନର ଆୟୁଷ ଶୋଷଣ କରିକି ଆସିଛି ଜରତୀ ଶୀତ, ହଁ ଗାଁରେ ପଡ଼ିଛି ଶୀତ । ନିରବ ନିସ୍ତବ ରଜନୀକୁ ନେଇ ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । ମାଲୁଣୀ ବୁଢ଼ୀର କୁହୁକ ପରି ଘେରା କୁହୁଡ଼ି କବଚ, ହଁ ଗାଁରେ ପଡ଼ିଛି ଶୀତ ।…

