You are currently viewing ତୁମେ ଟିକେ ଆସନ୍ତନି
ତୁମେ ଟିକେ ଆସନ୍ତନି

ତୁମେ ଟିକେ ଆସନ୍ତନି

ତୁମ ସ‌ହ ମିଶିବାକୁ ବ‌ହୁତ ଇଚ୍ଛା
ତୁମେ ଟିକେ ଆସନ୍ତନି
ଭସା ବାଦଲରେ, ମୃଦୁ ମଳୟରେ
ନ‌ଦୀର ସ୍ରୋତରେ, ପୁଷ୍ପର ସୁରଭିରେ
କୋଇଲିର କୁହୁତାନେ ଅବା
ଜ‌ହ୍ନର ଜୋଛନାରେ
ତୁମେ ଟିକେ ଆସନ୍ତନି ।

କରନ୍ତ କେତେ ମାନ ଅଭିମାନ
ତୁମର ନୀରବ ଚୋରାଚୋରା ଚାହାଣୀରେ
ସବୁମାନ ଅଭିମାନ କୁଆଡ଼େ ନିମିଷକେ
ମିଳାଇ ଯାଆନ୍ତା, ହଠାତ୍ ଆସନ୍ତା
ଫଗୁଣର ସୁନାମି
ହଜିବାକୁ
ହଜାଇବାକୁ
ଭିଜିବାକୁ
ଭିଜାଇବାକୁ
ପ୍ରୀତି ଉପବନେ
ହେଉପଛେ ମୁହୂର୍ତ୍ତେ
ତମେ ଟିକେ ଆସନ୍ତନି ।

ହିମାଂଶୁ ଭୂଷଣ ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହିମାଂଶୁ ଭୂଷଣ ଜେନା ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ତାଙ୍କ ଲିଖିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ଏଥି ସହିତ ବିଭିନ୍ନ ସାହିତ୍ୟ ସଂସ୍ଥା ତରଫରୁ ତାଙ୍କୁ ଅନେକ ସମ୍ମାନ ପ୍ରଦାନ କରାଯାଇଛି । ତା' ଛଡ଼ା ତାଙ୍କର କେତୋଟି ବହି ମଧ୍ୟ ଆତ୍ମପ୍ରକାଶ କରିସାଇଛି ।