Odia Bhajan Bhakata Batsala Hari 9ଭକତ ବତ୍ସଳ ହରି) by Gupteswar Chand

ଭକତ ବତ୍ସଳ ହରି

ଭକତକୁ ଛାଡ଼ି ରହି ନ ପାରନ୍ତି ଭକତ ବତ୍ସଳ ହରି, ସଲିଳ ବିହୁନେ ମୀନ ହୁଏ ଯେହ୍ନେ ପ୍ରଭୁଙ୍କ ଦଶା ସେପରି ।୧। କାୟା ବିନା ଛାୟା ରହି ନ ପାରଇ ଯେସନେ କ୍ଷଣକ ପାଇଁ, ଭକତ ବିରହେ ଅଧୀର ହୁଅନ୍ତି ତେସନେ ଜଗତ ସାଇଁ ।୨। ମୁହୂର୍ତ୍ତକ ଲାଗି ହୁଏ ତ ଭକତ ଭାବରେ ହେଲେ ଅନ୍ତର, ଦୀନ ବନ୍ଧୁ କେବେ ସହି ନ ପାରନ୍ତି ବିଚ୍ଛେଦ ତିଳେ ମାତର ।୩। ଏକଇ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ଭକ୍ତ…

ଅଧିକ ପଢ଼ନ୍ତୁ
Odia Poem Premara Paribhasa (ପ୍ରେମର ପରିଭାଷା) by Dibyashree Biswabandya Jena

ପ୍ରେମର ପରିଭାଷା

ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି କହି କି ପାରିବ? କେମିତି ଦ୍ରବ୍ୟ ସେ ପ୍ରେମ ସେ କ’ଣ ବାଣିଜ୍ୟ ଉଦ୍ଦିଷ୍ଟ ପଣ୍ୟ ନା ସମ୍ପର୍କର ହାଟରେ ମୂଲ୍ୟହୀନ ଅବା ଦୁର୍ମୂଲ୍ୟ ! ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି ବୁଝାଇ କି ପାରିବ? ଭାବ ସେ ପ୍ରେମର ସେ କ’ଣ ଶାଶ୍ଵତ ଚିରନ୍ତନ ନା କ୍ଷଣିକର ଆକର୍ଷଣ ଅବା ଭ୍ରାନ୍ତ ମନର ଏକ ଭ୍ରମ ! ଏଇ ଯେ ତୁମେ କୁହ ପ୍ରେମ…

ଅଧିକ ପଢ଼ନ୍ତୁ
Odia Poem Papa Ganthili (ପାପ ଗଣ୍ଠିଲି) by Soubhabati Giri

ପାପ ଗଣ୍ଠିଲି

ସେଦିନ ଥାଏ ରବିବାର । ସକାଳୁ ଆରମ୍ଭ ହେଇଯାଇଥାଏ ମୂଷଳ ଧାରାରେ ବର୍ଷା । ମୁହଁକୁ ମୁହଁ ଦିଶୁ ନଥାଏ । ବାହାର ଘରେ ଅପେକ୍ଷା କରିଥା’ନ୍ତି ସନ୍ତୋଷ ବାବୁ । ଗୋଟେ ବଡ଼ ଗଣ୍ଠିଲି ଧରି ପାଖରେ ବସିଥା’ନ୍ତି ଜଣେ ବୃଦ୍ଧା । ମନର ଯନ୍ତ୍ରଣାକୁ ଲୁହର କୋହରେ ବତୁରାଇ ସେମିତି ବାହାରକୁ ଚାହିଁ ରହିଥା’ନ୍ତି । ବର୍ଷା ଛାଡ଼ିବାର ନାଁ ନେଉ ନଥାଏ । ସେଇ ମୂଷଳ ଧାରାର ବର୍ଷା ଭିତରେ ବି ଆଖିର ପରିଧି ଭିତରକୁ ଚାଲି ଆସିଲା ପକ୍ଷୀଦମ୍ପତ୍ତି ସେମାନଙ୍କ ଶାବକମାନଙ୍କର…

ଅଧିକ ପଢ଼ନ୍ତୁ
Odia Bhajan Niskama Bhakti (ନିଷ୍କାମ ଭକ୍ତି) by Manoranjan Surujal

ନିଷ୍କାମ ଭକ୍ତି

କିଛି ପାଇବାକୁ କିଛି ହରେଇବା ଏ ସିନା ଦୁନିଆଁ ରିତି, ତୁମ ବୀଜ ମନ୍ତ୍ର ସନ୍ଧ୍ୟା ସକାଳରେ ଜପୁଥାଏ ନିତି ନିତି । ପରମ ବାନ୍ଧବ ଲଗାଇବ କୂଳ ବସେଇଛ ଭକ୍ତି ନାବେ, ମୁକତି ପସରା ମେଲେଇ ଦେଇଛ ମୁକତ କରିବ କେବେ? ଭକତ ବଲ୍ଲଭ ଭକତଙ୍କ ଶୁଭ ମାଗେନା ଧନ ସମ୍ପତ୍ତି, ଅଳିକ ମାତର କି କରିବି ଛାର ସମ୍ପତ୍ତି ଥିଲେ ବିପତ୍ତି । ଯୁଗେ ଯୁଗେ ପ୍ରଭୁ ଭକତଙ୍କୁ ତବ କରିଛ ଦାଣ୍ତ ଭିକାରୀ, ଖାଇବାକୁ ଗଣ୍ଡେ…

ଅଧିକ ପଢ଼ନ୍ତୁ
Odia Poem Gaan Re Padichhi Shita (ଗାଁରେ ପଡ଼ିଛି ଶୀତ) by Rudra Narayan Panigrahi

ଗାଁରେ ପଡ଼ିଛି ଶୀତ

ଶୀତଳ ପବନେ କାକର ବିନ୍ଦୁରେ ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । କାର୍ତ୍ତିକ ପୂର୍ଣିମା ଡଙ୍ଗାରେ ବସିକି ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । ଦିନର ଆୟୁଷ ଶୋଷଣ କରିକି ଆସିଛି ଜରତୀ ଶୀତ, ହଁ ଗାଁରେ ପଡ଼ିଛି ଶୀତ । ନିରବ ନିସ୍ତବ ରଜନୀକୁ ନେଇ ଆସିଛି ପୁଣି ଶୀତ, ହଁ ଗାଁରେ ପଡ଼ିଛି ଶୀତ । ମାଲୁଣୀ ବୁଢ଼ୀର କୁହୁକ ପରି ଘେରା କୁହୁଡ଼ି କବଚ, ହଁ ଗାଁରେ ପଡ଼ିଛି ଶୀତ ।…

ଅଧିକ ପଢ଼ନ୍ତୁ