ସେ
ମୁଁ ଡଗ ଡଗ ଫୁଟାପାଣି ସେ ଶାନ୍ତ ବରଫ, ମୁଁ ବଲ ବଲ ଓଠ ସେ ପ୍ରୀତିମଖା ହସ, ମୁଁ ଫଡ଼ ଫଡ଼ ଡେଣା ସେ ମଜବୁତ ବାହା, ମୁଁ ଗର ଗର ଗ୍ରୀଷ୍ମ ସେ ଧାରା ଶ୍ରାବଣ, ମୁଁ ଠକ୍ ଠକ୍ ଦରଜା ସେ ବନ୍ଦ ଝରକା, ମୁଁ ତର ତର ଅଙ୍କ ସେ ସରଳ ସମାଧାନ, ମୁଁ ଠପ ଠପ ଲୁହ ସେ ଲୁଣିଆ ଝାଳ, ମୁଁ ଛମ ଛମ ପାଉଁଜି ସେ ଗୁମସୁମ…
ମୁଁ ଡଗ ଡଗ ଫୁଟାପାଣି ସେ ଶାନ୍ତ ବରଫ, ମୁଁ ବଲ ବଲ ଓଠ ସେ ପ୍ରୀତିମଖା ହସ, ମୁଁ ଫଡ଼ ଫଡ଼ ଡେଣା ସେ ମଜବୁତ ବାହା, ମୁଁ ଗର ଗର ଗ୍ରୀଷ୍ମ ସେ ଧାରା ଶ୍ରାବଣ, ମୁଁ ଠକ୍ ଠକ୍ ଦରଜା ସେ ବନ୍ଦ ଝରକା, ମୁଁ ତର ତର ଅଙ୍କ ସେ ସରଳ ସମାଧାନ, ମୁଁ ଠପ ଠପ ଲୁହ ସେ ଲୁଣିଆ ଝାଳ, ମୁଁ ଛମ ଛମ ପାଉଁଜି ସେ ଗୁମସୁମ…
କେବେ ମୁଁ ଥିଲି ଗଳ୍ପ, ତୁଥିଲୁ ମୋ ଗୀତି ଏବେ ମୁଁ ପାପଟିଏ, ତୁ ବହୁଦୂରେ ପ୍ରାପ୍ତି ଦିନେ ମୁଁ ଥିଲି ସ୍ୱାଦ, ତୁ ଥିଲୁ ମୋ ଶାନ୍ତି ଏବେ ମୁଁ ଦୋଷଟିଏ, ତୁ ବହୁଦୂରେ ଦୀପ୍ତି ଦିନେ ମୁଁ ଥିଲି ତୃଷ୍ଣା, ତୁ ଥିଲୁ କେବେ ତୃପ୍ତି ଏବେ ମୁଁ ସ୍ୱପ୍ନଟିଏ, ତୁ ବହୁଦୂରେ ସ୍ମୃତି ଦିନେ ମୁଁ ଥିଲି ସତ୍ୟ, ତୁ ଥିଲୁ ମୋ ସ୍ଫୁର୍ତ୍ତି ଏବେ ମୁଁ ଶାପଗ୍ରସ୍ତ, ତୁ ବହୁଦୂରେ ସ୍ତୁତି…
ଅଳ୍ପ କିଛି ଦିନର ପରିଚୟ ଜାଣେନା ମୁଁ ତୁମ ଆସିବାର ଅଭିପ୍ରାୟ । ଲାଗୁଥିଲା ଜୀବନ ଏଇଠି ସରିଗଲା, ଏବେ ଲାଗେ ଯେମିତି ଆରମ୍ଭ ହେଲା । ଯେମିତି ରାତି ଆସିଲେ ହୁଏ ଅନ୍ଧାର କିନ୍ତୁ ନିଶ୍ଚିନ୍ତ ଯେ ଆସିବ ନୂଆ ସକାଳ । ଅଜଣା ଥିଲ ବୋଲି ଲାଗୁଥିଲା ଡର ଏବେ କାହିଁ ଲାଗ ତୁମେ ନିଜର ନିଜର । ମତେ ତୁମ ଜୀବନକୁ କରିଛ ସ୍ୱାଗତ କେମିତି ଜଣେଇବି ମୋ ମତାମତ? ଚାହେଁନା ମୁଁ ହବାକୁ ବାଟର ବାଟୋଇ ରହିବାକୁ…
ତୁମ ସ୍ମୃତି କେବେ ପଦୁଅଁ ପତରେ ବରଷାର ଗୋଟେ ଟୋପା ତୁମ ସ୍ମୃତି କେବେ କବିତା ବହିରେ ପ୍ରେମର ଦି’ଧାଡ଼ି ଛପା ତୁମ ସ୍ମୃତି କେବେ ଗୋଲାପ ଡାଳରେ କଣ୍ଟାର ଉପସ୍ଥିତି ତୁମ ସ୍ମୃତି କେବେ ମଲାଜହ୍ନ ବୋହି ବାଟ ଚାଲୁଥିବା ରାତି ତୁମ ସ୍ମୃତି କେବେ ହୋଲିର ଅବିର ଫଗୁଣ ଆକାଶେ ଉଡ଼ା ତୁମ ସ୍ମୃତି କେବେ ପୁରୁଣା ବହିର ମଝି ପୃଷ୍ଠାଟିଏ ମୋଡ଼ା ତୁମ ସ୍ମୃତି କେବେ ଚଉଁରା ମୂଳରେ ଜଳୁଥିବା ମାଟି ଦୀପ…
ତୁମେ ନୀଳାଭ ଚନ୍ଦ୍ରମା, ମୁଁ ମହୀତଳ ଧୂଳି ତୁମେ ସର୍ବପୁଜ୍ୟ ଦେବ, ମୁଁ ନିବେଦିତ ଶେଫାଳି ॥ ତୁମେ ଅନନ୍ତ ସାଗର, ମୁଁ ତଟର ଭଙ୍ଗୁର ବାଲିଘର ତୁମେ ସମୟହୀନ ନିନାଦ, ମୁଁ ଅସମ୍ପୂର୍ଣ୍ଣ ରାଗ ॥ ତୁମେ ବିଶ୍ଵରୂପ କାୟା, ମୁଁ ମନୁଷ୍ୟରୂପୀ ଛାୟା ତୁମେ ବିଦ୍ୟାରୂପୀ ଜ୍ଞାନ, ମୁଁ ଅଜ୍ଞାନ ଅନ୍ଧାର ଅମା ॥ ତୁମେ ସର୍ବମୋକ୍ଷର ପୂଜା, ମୁଁ ତୁମ ଅକିଞ୍ଚନ ପୂଜାରୀ ତୁମେ ଅମରତ୍ୱର ଅମୃତ, ମୁଁ ତୁମ ତୃଷାତୁରା ପ୍ରେୟସୀ…