ନିଃସଙ୍ଗତା

ନିଃସଙ୍ଗତା

ସୁନ୍ଦର ତା’ ଚାରୁ-ଲତା, ଆଉ ନିରବ ତା’ ପଥ କଣ୍ଟା ଥାଏ ଅବା ଫୁଲ ଥାଏ, ତା’ ପଥେ ପଥେ ଚାଲିବାକୁ ହୁଏ ମୋତେ ତା’ ନିର୍ଜନ ବନରେ କିଛି ହଜିଯାଏ ତ ଆଉ କିଛି ମିଳିଯାଏ, ନୂଆ ଆଶାର କିରଣ ସେମିତି ସାଥିରେ ମୋ ଥାଏ ॥ ସାଥି ବିନା ଲାଗେ ମୋତେ ଖାଁ ଖାଁ ତା’ ନୀରବ ପଥେ ଅଜଣା ଭୟରେ ପ୍ରାଣ ମୋର ଶଙ୍କି ଉଠେ ମନ ମୋର ଏଣେ ତେଣେ ଘୁରି…

ଅଧିକ ପଢ଼ନ୍ତୁ
ଶୂନ୍ୟତା

ଶୂନ୍ୟତା

ତୁମେ କେବେ ବୈଶାଖର ଝାଞ୍ଜିପିଟା ବାଆ ତ- କେବେ ରିମ୍‌ଝିମ୍ ବର୍ଷାର ବିନ୍ଦୁ । ପୁଣି କେବେ ଫଗୁଣର ମଳୟ ତ କେବେ ଶୀତ ସକାଳର କୁହୁଡ଼ି । ଆଉକେବେ ମୋ ଚତୁଃପାର୍ଶ୍ୱରେ ପ୍ରୀତିର ଗଜଲ ପରି ଅତୀତ ଓଢ଼ଣୀ ତଳେ ତମ ପ୍ରତିଛବି ଝଲମତ । କେବେ କେବେ ମନେପଡ଼ ତୁମେ ପୁଣି ମନେପଡ଼ିବା ଓ ଭୁଲିଯିବାର ଲୁଚକାଳି ଖେଳ ଖେଳୁ ଖେଳୁ ତାରାମାଳ ଭିତରେ କୋଉଠି ଲୁଚିଯାଅ ଯେ ଖୋଜି ଖୋଜି ପାଏନି ତୁମକୁ ସମ୍ଭବତଃ ଏବେ ମୁଁ…

ଅଧିକ ପଢ଼ନ୍ତୁ
ବିଶ୍ୱାସ

ବିଶ୍ୱାସ

ତୁମ ସ୍ନେହ ଶ୍ରଦ୍ଧା ଏମିତି ଏକ ସୂର୍ଯ୍ୟଦୟ ଯାହା ମୋତେ କରେ ଆଲୋକିତ । ତୁମ ଅବିଶ୍ୱାସ ଏମିତି ଏକ ଅନ୍ଧକାର ଯାହା ମୋତେ କରିଦିଏ ଅଚିହ୍ନା । ତଥାପି ତ ତୁମେ ଲାଗ ଆହୁରି ନିଜର । ତୁମର ସ୍ନେହଭରା ମୁହଁରେ ଶାରଦୀୟ ସଞ୍ଜର ଆକାଶେ କେତେ ନିର୍ଲିପ୍ତ, ଅଥଚ କେତେ ଉଦାସ ତୁମ ସୁରଭିତ ସମ୍ପର୍କର ପାଖୁଡ଼ା । ଝରି ପଡ଼ିଲେ ଅବେଳରେ ଭାଙ୍ଗିଯାଏ ମନେ ଥିବା ସ୍ୱପ୍ନଗୁଡ଼ା । ତଥାପି ତୁମ ସ୍ମୃତି ବାରମ୍ବାର ଧସେଇ ପଶେ ମନ ଭିତରକୁ…

ଅଧିକ ପଢ଼ନ୍ତୁ
Phulatie

ଫୁଲଟିଏ

ଫୁଲଟିଏ ଫୁଟୁଚି ବୋଲି ତ ବଗିଚାଟି ଦିଶୁଚି ସୁନ୍ଦର ପବନର ଖିଲି ଖିଲି ହସରେ ଫୁଲର ସୁଗନ୍ଧରେ ମହକୁଚି ପରିବେଶ । ପ୍ରଜାପତି ଡେଣା ଝାଡ଼ି ଝାଡ଼ି ବୁଣି ଦେଉଛି ମଧୁ ମତୁଆଲା ମହୁମାଛି ଗୁଣୁଗୁଣୁ ହୋଇ ଗାଉଅଛି ମିଳନର ମଧୁର ସଙ୍ଗୀତ । ଢାଳି ଦେଉଛନ୍ତି ରବି ଅସରନ୍ତି ରଙ୍ଗର ଅବିର ଗଛଲତା ନଇଁ ପଡ଼ୁଛନ୍ତି ପେନ୍ଥା ପେନ୍ଥା ଫୁଲର ସମ୍ଭାରେ । ଆଉ କାଳିଆର ମନ ହେଉଛି ସଜେଇ ହେବାକୁ ସେ ଫୁଲର ଗଜରା ହାରରେ । ଫୁଲଟିକୁ ଯଦି…

ଅଧିକ ପଢ଼ନ୍ତୁ
ଜୀବନର ମାଳି

ଜୀବନର ମାଳି

ମୁଁ ଚାହେଁ ଚାଲିଯିବା ପାଇଁ ଏ ଦୁନିଆଠାରୁ ବହୁଦୂରକୁ ଯେଉଁଠାରେ ଖରା ଆଉ ବର୍ଷା ଖେଳୁଥିବେ ହୋଲି ଇନ୍ଦ୍ରଧନୁର ରଙ୍ଗ ନେଇ, ଆକାଶ ଆଉ ମାଟି ଖୁସିରେ ନାଚି ଉଠୁଥିବେ ପରସ୍ପରର ସ୍ପର୍ଶ ପାଇ…. ସେଠି ଆଖିର ନଈ ଶୁଖିଯିବ ଆଉ ଓଠ ବଗିଚାରେ ଫୁଟିଯିବ ହସର ପୁଲକ, ମନରେ ଭରିଯିବ ବାଲ୍ୟ ଚପଳତା ଆଉ ଉନ୍ମାଦନା, ମୋ’ଠାରୁ ବହୁଦୂରରେ ଥିବ ସମାଜର ଲାଞ୍ଛନା…. ନଥିବେ କେହି ପଥରୋଧ କରିବାପାଇଁ ସ୍ୱପ୍ନକୁ ଦେବାପାଇଁ ଦଳି, ହୃଦୟର ଉତ୍କର୍ଷତା…

ଅଧିକ ପଢ଼ନ୍ତୁ