ମୁକଂ କରୋତି ବାଚାଳମ୍….
ଭଗବାନଙ୍କ କୃପା ବିନା ସାମାନ୍ୟ ମଣିଷ ଯେ କିଛି ବି ନୁହେଁ, ଏକଥାର ଅନୁଭବ ପ୍ରାୟ ପ୍ରତିଦିନ କୌଣସି ନା କୌଣସି ଘଟଣା ଆମକୁ ସୂଚିତ କରିଥାଏ । ଦ୍ୱିତୀୟ ଚାକିରୀରେ ଯୋଗଦେବା ପାଇଁ ପ୍ରିୟ ଓଡ଼ିଶା ମାଟିକୁ ଛାଡ଼ି ସୁଦୂର ଗୁଜରାଟ ଅଭିମୁଖେ ଯାଇ ପ୍ରଥମ ଦିନରେ ହିଁ ଭଗବାନଙ୍କ ପ୍ରଛନ୍ନ ଆଶୀର୍ବାଦ ପାଇଥିଲି ଯେବେ ଜାଣିଲି କମ୍ପାନୀର ମୂଖ୍ୟ ଅଧିକାରୀଙ୍କ ନିଜସ୍ୱ ସହକାରୀ ଥିଲେ ସ୍ଥାନୀୟ ସମିତିର ଆବାହକ । ତାଙ୍କର ପୃଷ୍ଠପୋଷକତାରେ ସତ୍ୟସାଇ ସଂଗଠନରେ ଯୁବ…

