ଖାସି ମାଂସ
ବାବୁନା ଗୋଟେ ନିଶାଡ଼଼ି । ମଦ, ଗଞ୍ଜେଇ, ତମାଖୁ ଆଦି ବିଭିନ୍ନ କିସମର ନିଶାଦ୍ରବ୍ୟ ସେବନ କରୁଥିବା ନିଶାଖୋର ଯୁବକଟିଏ । ବାପା ଅଜାଙ୍କ ଜମିଦାରୀ ଦିନେ ଥିଲା । ଏବେ ସେ ଜମିଦାରୀ ନଥିଲେ ବି ସମ୍ଭ୍ରାନ୍ତ ବଂଶୀୟ ରଙ୍ଗଢଙ୍ଗ ସହ ଘରର ଚଳଣି ଖୁବ ଭଲଥିଲା । ନିଶା ଖାଇ ଜୁଆ ଖେଳିବା ତା’ର ନିତି ଦିନିଆ କାମ । ଏ ବାବଦରେ ଘରର ବହୁ ପଇସା ବରବାଦ କରିବା ହେତୁ ଘରେ ସମସ୍ତଙ୍କର ବିଶ୍ୱାସ ହରାଇସାରିଥିଲା ବାବୁନା । ସାଇ ପଡ଼଼ିଶା…

