You are currently viewing ଶୁଭ ଦୀପାବଳି
Odia Poem Shubha Deepavali (ଶୁଭ ଦୀପାବଳି) by Mamata Sahu

ଶୁଭ ଦୀପାବଳି

ଆଲୋକର ପର୍ବ ଏହି ଦୀପାବଳି
ବରଷକେ ଥରେ ଆସିଛି ଫେରି ॥

କାର୍ତ୍ତିକ ମାସର ଅମାବାସ୍ୟା ଦିନ
ଶୁଭ ଦିପାବଳୀ ହୁଅଇ ପାଳନ ॥

ପ୍ରଦୀପ ମାଳରେ ପୁରିତ ଏ ଧରା
ଉଜ୍ଜଳ ଆଲୋକ ଆନନ୍ଦ ପସରା ॥

ପଲ୍ଲୀରୁ ସହର ସବୁଠି ଚଞ୍ଚଳ
ଶୋଭିତ ଧରଣୀ ଉତ୍ସାହ ସକଳ ॥

ଆତ୍ମାଦୀପ ଯେବେ ଉଠିବ ଜଳି
ହଟିବ ଧରାରୁ ଅଜ୍ଞାନର କାଳି ॥

ଆସିଅଛି ବୋଲି ଶୁଭ ଦୀପାବଳି
ବିରାଜିବେ ଧରାଧାମେ ମହାକାଳୀ ॥

ସଭିଙ୍କ ମୁହଁରେ ଖୁସିର ଲହରୀ
ଦୀପାବଳି ଦିନ ଯାଏ ସତେ ଖେଳି ॥

ଘର ଅଗଣାରେ ସଭିଏଁ ଯେ ମିଶି
ମାଟି ଦୀପ ଜାଳି ଦିଅନ୍ତି ହସି ॥

କାଉଁରିଆ କାଠି ହାତରେ ଧରି
ବଡ଼ ବଡ଼ୁଆଙ୍କୁ ଡାକନ୍ତି ଗୁହାରି ॥

ପିତୃ ପୁରୁଷଙ୍କୁ ପିଣ୍ଡ ବାଢ଼ିଥାନ୍ତି
ଶ୍ରଦ୍ଧାର ସହ ଶ୍ରାଦ୍ଧଯେ କରନ୍ତି ॥

ଅନ୍ଧାରରେ ଆସି ଆଲୁଅରେ ଯାଅ
ଆସନ୍ତା ବର୍ଷକୁ ପୁଣି ଚାହିଁ ଥାଅ ॥

ସଭିଁଙ୍କ ମଙ୍ଗଳ କାମନା ଯେ କରି
ପାଳିବା ସମସ୍ତେ ଶୁଭ ଦୀପାବଳି ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।