You are currently viewing ଅଫେରା
ଅଫେରା

ଅଫେରା

ଜୀମୂତମାଳାରୁ ଜନ୍ମି
ଟୋପାଏ ଅମୃତ
କିଛି ଦୂର ଆସିଲା ବଢ଼ି
କିଛି କ୍ଷଣ ପରେ
ଭାବିହେଲା
କାହିଁକି ଆସିଲି ମୋ
ଜନ୍ମଭୂମି ଛାଡ଼ି
କ’ଣ ଲେଖା କପାଳେ
ମିଶିଯିବି ମାଟିରେ
ଅବା ଭାଗ୍ୟ ଯିବ ଫିଟିରେ !
ରହି ରହି
ଗଲା ବହି
ଉତ୍ତରା ପବନ
ଜଳାଧିଶ ତନୁ ମନ
କରିଲା ଚୁମ୍ବନ
ଆନମନା ହେଲା ବାତାବରଣ
ଚାତକ ଶାମୁକା ଏକ
ଚାହିଁ ଥିଲା ଆକାଶ ଆଡ଼କୁ
ତୃଷିତ ମୁଖ ମେଲାଇ
ପଡ଼ିଲା ମୁହଁରେ ଯାଇ ଅମୃତ ଟୋପାକ
ଦୈବାତ ମୁକ୍ତା ଗଲା ହେଇ ।
ଠିକ୍ ସେହିପରି
ଘରୁ କାଢ଼ିବା ବେଳେ ପାଦ
ବିଷାଦ ହିଁ ବିଷାଦ
ହେଲେ ବାହାରେ
ମିଳିଯାଏ ଏପରି କିଛି
ଯେ ପାଶୋରି ଯାଆନ୍ତି ସବୁ କିଛି ।

ରାଜେଶ ପୂଜାରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜେଶ ପୂଜାରୀ ଝାରସୁଗୁଡ଼ାସ୍ଥିତ କୁଶମେଲାଠାର ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।